ଓଡ଼ିଶାରେ ପ୍ରଥମ : ସାମ୍ନାକୁ ଆସିଲା ଫୋନ-ପେରେ ଲାଞ୍ଚ ମାମଲା; ବିଜୁଳି ସଂଯୋଗ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଟାଟା ପାୱାରର ଦୁଇ ଅଧିକାରୀ
କନକ ବ୍ୟୁରୋ : ଫୋନ୍-ପେ’ରେ ଲାଞ୍ଚ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘରେ ବିଜୁଳି ସଂଯୋଗ ଦେବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଟିପିସିଓଡିଏଲ୍’ର ଦୁଇ ଅଧିକାରୀ । ଦୁଇ ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅଭିଯୋଗକାରୀଜଣଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ। ହେଲେ ବିଦ୍ୟୁତ ସଂଯୋଗ ମିଳିବାରେ ବିଳମ୍ବ ହେବାରୁ ସେ ଓଏଜି ତରୁଣଙ୍କୁ ଭେଟିଥିଲେ। ତରୁଣ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଟଙ୍କା ଫୋନ୍-ପେ’ ମାଧ୍ୟମରେ ଦେବାକୁ କହିଥିଲେ। ଏଥିପାଇଁ ସେ ସହଯୋଗୀ ଶୈଳଜାଙ୍କ ଫୋନ୍-ପେ’ ନମ୍ବର ଦେଇଥିଲେ। ଏ ସଂପର୍କରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହେବାରୁ ଦୁହିଁଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା ।
ଯୋଜନା ମୁତାବକ, ଅଭିଯୋଗକାରୀ ଉକ୍ତ ଫୋନ୍-ପେ’ ନମ୍ବରରେ ୧୦ହଜାର ଟଙ୍କା ପଠାଇଥିଲେ। ପରେ ଭିଜିଲାନ୍ସ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲା। ଏହାସହ ଭିଜିଲାନ୍ସ ତରୁଣଙ୍କ ମଞ୍ଚେଶ୍ବର ପାଣ୍ଡରାରେ ଥିବା ଘର ଓ କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା। ତରୁଣ ପୂର୍ବରୁ ମଧ୍ୟ ଫୋନ୍-ପେ’ ମାଧ୍ୟମରେ ଲାଞ୍ଚ ନେଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।