ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା; ସ୍ୱାସ୍ଥ୍ୟ ବିଭାଗର ସୂଚନା

Advertisment
ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା; ସ୍ୱାସ୍ଥ୍ୟ ବିଭାଗର ସୂଚନା

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ମୁଧମେୟ ରୋଗରେ ପୀଡ଼ିତ ଅଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୧୮ ତାରିଖରେ ପରିବାର ଲୋକଙ୍କ ସହ ସେ ସ୍ୱାବ୍ ଟେଷ୍ଟ ପାଇଁ ନମୂନା ଦେଇଥିଲେ । ୨୦ ତାରିଖ ତାଙ୍କ ରିପୋର୍ଟ ପଜିଟିଭତ ଆସିଥିଲା । ଆଉ ଏହା ପରେ ସେ ଘରୋଇ ସଙ୍ଗରୋଧରେ ଥିଲେ । ଗତ ୮ ତାରିଖ ବା ଶନିବାର ଦିନ ତାଙ୍କ ଆଖି ଫୁଲିବା ସହ ନାକରୁ କଳା ପାଣି ବାହାରିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ଏହି ଜଣେ ରୋଗୀଙ୍କ ବ୍ୟତୀତ ଆଉ କାହା ନିକଟରେ ସେଭଳି କିଛି ଲକ୍ଷଣ ଦେଖା ଯାଇନଥିବା ସୂଚନା ଦିଆଯାଇଛି ।

ସେପଟେ, ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି, ବ୍ଲାକ୍ ଫଙ୍ଗସ୍ ସବୁବେଳ ପାଇଁ ପରିବେଶରେ ରହିଛି। ବିଶେଷକରି ଯେଉଁମାନଙ୍କର ଅନିୟନ୍ତ୍ରିତ ମଧୁମେହ ରହିଛି ଓ ଓଦା ମାଟିରେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ସମ୍ବେଦନଶୀଳ। ପ୍ରଥମ ଲହରରେ ମଧ୍ୟ ଦିଲ୍ଲୀରେ ଗଙ୍ଗାରାମ ହସ୍ପିଟାଲରେ ଏଭଳି ଘଟଣା ନଜରକୁ ଆସିଥିଲା। ହେଲେ ସେତେବେଳେ ଏହା ଅଧିକ ମାତ୍ରାରେ ଲୋକଲୋଚନକୁ ଆସି ନ ଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କୁ ଯଦି ଅଧିକ ପରିମାଣର ଷ୍ଟେରୋଏଡ ଦିଆଯାଏ ଓ ସଂପୃକ୍ତ ବ୍ୟକ୍ତି ଜଣକ ଅଧିକ ଦିନ ଆଇସିୟୁରେ ରୁହନ୍ତି ତାହେଲେ ବ୍ଲାକ୍ ଫଙ୍ଗସ୍ ହେବାର ଅଧିକ ଆଶଙ୍କା ରହିଛି ।

ପ୍ରଥମେ ଏହା ନାକରେ ଦେଖା‌ଯିବା ସହିତ ପରବର୍ତୀ ଆଖି, ମସ୍ତସ୍କ ଓ ଅନ୍ୟ ଅଙ୍ଗକୁ ସଂକ୍ରମିତ କରିଥାଏ। ଆଇସିୟୁରେ ଚିକିତ୍ସା ହେବା ସମୟରେ ରୋଗୀଙ୍କୁ ଦିଆଯାଉଥିବା ଅକ୍ସିଜେନ୍‌ରେ ଜରିଆରେ ଯଦି ପାଣି ଶରୀର ଭିତରକୁ ଯାଏ ତାହେଲେ ବ୍ଲାକ ଫଙ୍ଗସ୍ ସୃଷ୍ଟି ହୋଇଥାଏ। ତେଣୁ କୋଭିଡ୍‌ ରୋଗୀଙ୍କୁ ମନଇଚ୍ଛା ଷ୍ଟେରୋଏଡ ଦେବା ଉଚିତ୍ ନୁହେଁ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe