କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳ ହନ୍ତାଳଗୁଡାରେ ପ୍ରଥମଥର ଉଡିଲା ତ୍ରିରଙ୍ଗା । ଅଂଚଳରେ ପ୍ରଥମ ବିଏସଏଫ୍ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା ଅବସରରେ ଜାତୀୟ ପତାକା ଉଡାଇଲେ ମାଲକାନଗିରି ଏସପି । ଲାଲଗଡକୁ ଭେଦ କରି ପ୍ରଥମ ଥର ପାଇଁ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।
ହନ୍ତାଳଗୁଡା ଅଂଚଳ ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ ବୋଲି ପରିଚୟ ହାସଲ କରିଛି । ଏବେ ଏହି ଅଂଚଳରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବା ସ୍ୱାଭିମାନ ଅଂଚଳର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ । ଆଗକୁ ପୋଲିସକୁ ଭୟ ନକରି କୌଣସି ସ୍ଥିତି ଉପୁଜିଲେ ସମସ୍ତ ଅଭିଯୋଗ ପୋଲିସ ନିକଟରେ କରିବାକୁ ଲୋକଙ୍କୁ କହିଛନ୍ତି ମାଲକାନଗିରି ଏସପି ।