କନକ ବ୍ୟୁରୋ : ପ୍ରଥମ ବ୍ୟାଚ୍ ଶ୍ରମିକମାନେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ସରକାରଙ୍କ ଚୁକ୍ତିନାମା ଅନୁସାରେ ଭାରତ ଛାଡିଛନ୍ତି । ହମାସ ସହିତ ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲକୁ ଯାଉଥିବା ଭାରତୀୟ ଶ୍ରମିକମାନଙ୍କ ସୁରକ୍ଷା ଏକ ବଡ ଚିନ୍ତାର ବିଷୟ ପାଲଟିଛି, ଯାହା ବିଷୟରେ ଭାରତ ସରକାର ଇସ୍ରାଏଲ ସହ କଥା ବର୍ତ୍ତା କରିଛନ୍ତି । ଗୁରୁବାର ଦିନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଭାରତୀୟ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲର କର୍ତ୍ତୃପକ୍ଷମାନଙ୍କୁ ଯଥାସମ୍ଭବ ଉଦ୍ୟମ କରିବା ପାଇଁ କୁହାଯାଇଛି ।

Advertisment

ସପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଦେଶକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧିର ଜୟସ୍ୱାଲ କହିଛନ୍ତି ଯେ, ଆମ ପାଇଁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁତୁତ୍ୱପୂର୍ଣ୍ଣ । ଆମ ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନିଶ୍ଚିତ କରିବାକୁ ଆମେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କୁ ଯଥା ଶୀଘ୍ର ଉଦ୍ୟମ କରିବା ପାଇଁ ଅନୁରୋଧ କରିଛୁ ।

ଇସ୍ରାଏଲରେ ଭାରତୀୟ ସୈନ୍ୟମାନଙ୍କ ସଂଖ୍ୟା ପ୍ରଦାନ କରି ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାୟ ୧୮,୦୦୦ ଭାରତୀୟ ଶ୍ରମିକ ଇସ୍ରାଏଲରେ ଏବେ ଅଛନ୍ତି । ପ୍ରତ୍ୟେକ ଶ୍ରମିକମାନଙ୍କ ସୁରକ୍ଷା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସେଥି ପାଇଁ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ନିୟମିତ ଭାବରେ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।

ଇସ୍ରାଏଲର ସୀମାନ୍ତ ଅଂଚଳରେ ରହୁଥିବା ଭାରତୀୟ ନାଗରିକମାନଙ୍କ ବିଷୟରେ ଜୟସ୍ୱାଲ କହିଛନ୍ତି କି, ଭାରତର ସରକାର ଇସ୍ରାଏଲ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱସହ ନେବାକୁ ଏବଂ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ପାଇଁ ଅନୁରୋଧ କରିଛନ୍ତି ।

ହମାସ ସହ ଯୁଦ୍ଧ ହେବା ପୂର୍ବରୁ ସବୁ ସଂଖ୍ୟକ କର୍ମଚାରୀ ଇସ୍ରାଏଲରେ ପାଲେଷ୍ଟାଇନ ନିର୍ମାଣ କାର୍ଯ୍ୟ କରୁଥିଲେ । କିନ୍ତୁ ଯୁଦ୍ଧ ହେବା ପରେ ଇସ୍ରାଏଲ ପାଲେଷ୍ଟାଇନ ଶ୍ରମିକମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି କାରଣ ପାଇଁ ଶ୍ରମିକ ମାନଙ୍କ ଅଭାବ ଦେଖିବା ପାଇଁ ମିଳିଥିଲା । ଏହି ଅଭାବକୁ ଦୃଷ୍ଟିରେ ରଖି ଇସ୍ରାଏଲ ଭାରତ ଦେଶରୁ ଶ୍ରମିକ ନିଯୁକ୍ତି କରୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଭାରତରୁ ଶ୍ରମିକ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ ।

୨୦୧୮ ମସିହାରେ ଦୁଇ ଦେଶ ଭିତରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ଭାରତର ଶ୍ରମିକମାନେ ଇସ୍ରାଏଲକୁ ଯାଉଛନ୍ତି । ଭାରତର ଶ୍ରମିକମାନେ ସେଠାରେ କାଠ ତିଆରି, ଟାଇଲ୍ ଓ ବାର୍ ଭେଣ୍ଡିଂ ଭଳି କାମ କରିବା ପାଇଁ ଯାଉଛନ୍ତି ।

ହେଲେ ଯୁଦ୍ଧ ପରେ ଇସ୍ରାଏଲରେ ନିର୍ମାଣ ଶ୍ରମିକମାନଙ୍କ ଅଭାବ ଦେଖିବା ପାଇଁ ମିଳିଥିଲା । ଯାହାକୁ ଆଖିଆଗରେ ରଖି ୨୦୨୩ ନଭେମ୍ବରରେ ଭାରତ ଓ ଇସ୍ରାଏଲ ନିର୍ମାଣ ଏବଂ ଘରୋଇ କାର୍ଯ୍ୟରେ ଭାରତୀୟ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ରୋଜଗାର ସୁବିଧା ଉପରେ ଚୁକ୍ତି ସାକ୍ଷାର କରିଥିଲା । କୁହାଯାଏ ଯେ ଇସ୍ରାଏଲରେ ଭାରତର ଶ୍ରମିକମାନଙ୍କ ମାସିକ ଦରମା ୧ ଲକ୍ଷ ୩୭ ହଜାରରୁ ଅଧିକା ମିଳିବ ।