କନକ ବ୍ୟୁରୋ: ଲଦାଖରେ ଭାରତ ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଏକ ଖୁସି ଖବର ଆସିଛି । ଖୁବ ଶୀଘ୍ର ଭାରତକୁ ମିଳିବ ରାଫେଲ ଯୁଦ୍ଧ ବିମାନ । ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଭାରତକୁ ୪ରୁ ୬ଟି ରାଫେଲ ବିମାନ ମିଳିବ । ୨୦୧୬ରେ ୩୬ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସହିତ ୫୯ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ଏବଂ ଶୀଘ୍ର ଏହି ରାଫେଲ ଯୁଦ୍ଧ ବିମାନକୁ ଭାରତକୁ ଯୋଗାଇବା ପାଇଁ କହିଥିଲା ଭାରତ । ମେ’ ମାସରେ ଭାରତକୁ ରାଫେଲ ବିମାନ ମିଳିବାର ଥିଲା କିନ୍ତୁ ସାରା ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଏଥିରେ ବିଳମ୍ବ ହୋଇଥିବା କୁହାଯାଉଛି ।

Advertisment

ତେବେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତ କରି ପ୍ରଥମ ରାଫେଲ ଗ୍ରହଣ କରିଥିଲେ । ଏହାପରେ ଶୀଘ୍ରରୁ ଶୀଘ୍ର ଅନ୍ୟ ରାଫେଲ ଯୁଦ୍ଧ ବିମାନ ଗୁଡିକୁ ଭାରତକୁ ଯୋଗାଇବା ବ୍ୟବସ୍ଥା କରିବା ବୋଲି କହିଥିଲା ଫ୍ରାନ୍ସ । ମିଳିଥିବା ସୂଚନା ଅନୁସାରେ ଜୁଲାଇ ୨୭ରେ ଭାରତୀୟ ବାୟୁସେନାର ପାଇଲଟ ମାନେ ଏହି ବିମାନରେ ଆସି ଭାରତରେ ପହଂଚିବେ । ବାୟୁସେନାର ଏହି ପାଇଲଟ ମାନେ ଏଥିପାଇଁ ଫ୍ରାନ୍ସରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ।

ରାଫେଲ ଯୁଦ୍ଧ ବିମାନର ବିଶେଷତ୍ୱ କ’ଣ ରହିଛି? ପଢ଼ନ୍ତୁ

- ଆକଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ କରିପାରିବ
- ଆକାଶମାର୍ଗରେ ରହି ଭୂପୃଷ୍ଠରେ ଟାର୍ଗେଟକୁ ହିଟ୍ କରିବ
- ଆକାଶମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ
- ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡାରକୁ ଜାମ୍ କରିଦେବ
- ଆକ୍ରମଣ କରି ଫେରିଆସିବାକୁ ରହିଛି ସ୍ୱତନ୍ତ୍ର ସିଷ୍ଟମ
- ଅଳ୍ପ ଉଚ୍ଚରେ ଉଡି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ
- ଲକ୍ଷ୍ୟଭେଦୀ କ୍ଷମତା ୩୭୦୦ କିମି
- ଘଂଟାପ୍ରତି ବେଗ ୧୯୧୨ କିମି
- ପ୍ରଥମ ରାଫେଲ ନିର୍ମାଣ- ୧୯୮୬
- ୨୪.୫ ଟନ ଓଜନ ସହ ଉଡିପାରିବ
- ସ୍କାଲ୍ଫ ମିଜାଇଲ ସଂପନ୍ନ
- ସ୍କାଲ୍ଫର ଲକ୍ଷ୍ୟଭେଦ କ୍ଷମତା-୩୦୦ କିମି