କନକ ବ୍ୟୁରୋ : ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗେଇଛି ପ୍ରତିରକ୍ଷା ବିଭାଗ । ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଏହି ଡୋନକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରିବାରେ ବିଫଳ ହେବ । ଏବେ ଏୟାର ଷ୍ଟ୍ରାଇକ୍ ପାଇଁ ଆଉ ଫାଇଟର ଜେଟର ଆବଶ୍ୟକତା ପଡ଼ିବ ନାର୍ହିିଁ । ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ସକ୍ଷମ ଏହି ସ୍ୱଦେଶୀ ଡ୍ରୋନ ।

Advertisment

- ସେନାକୁ ମିଳିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ
- ସେନାର ବଳ ବଢ଼ାଇବ ‘ନାଗାସ୍ତ୍ର-୧’
- ଏୟାରଷ୍ଟ୍ରାଇକରେ ସାହାଯ୍ୟ କରିବ ‘ନାଗାସ୍ତ୍ର-୧’
- ଶତ୍ରୁ ଠିକଣାରେ କରିପାରିବ ଏୟାରଷ୍ଟ୍ରାଇକ
- ‘ନାଗାସ୍ତ୍ର-୧’କୁ ଧରିପାରିବନି ରାଡାର
- ବଙ୍କର, କ୍ୟାମ୍ପ ଓ ଅସ୍ତ୍ରାଗାରକୁ କରିପାରିବ ଧ୍ୱସଂ
- ପ୍ରଥମ ପର୍ଯ୍ୟାୟରେ ସେନାକୁ ମିଳିଛି ୧୨୦ଟି ଡ୍ରୋନ
- ସେନାକୁ ମୋଟ୍ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ
- ଭାରତ-ଚୀନ୍ ସୀମା ନୁବ୍ରା ଘାଟିରେ ଏହାର ପରୀକ୍ଷଣ କରାଯାଇଛି
- ୧ରୁ ୪କିଜେର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା
- ୪ହଜାର ୫ଶହ ମିଟର ଉପରେ ଉଡ଼ି ଧ୍ୱସଂ କରିବା ଶତ୍ରୁ ଠିକଣା
- ୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ‘ନାଗାସ୍ତ୍ର-୧’
- ୪୫ କିଲୋମିଟର ଜିପିଏସ୍ ଟାର୍ଗେଟ ରେଂଜ ରହିଛି