‘ମୋ ବସ୍’କୁ ପୂରିଲା ବର୍ଷେ । ଗମନାଗମନକୁ ସୁଗମ କଲା ସରକାରୀ ବସ୍ ସେବା, ବର୍ଷକ ଭିତରେ ଟ୍ୱିନ୍-ସିଟି ରାଜରାସ୍ତାରେ ମନ ଜିଣିଛି ‘ମୋ ବସ୍’

350

କନକ ବ୍ୟୁରୋ: ‘ମୋ ବସ୍’କୁ ପୂରିଲା ବର୍ଷେ । ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ବର୍ଷକ ପୂର୍ବେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି । ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନା ବର୍ଷକ ମଧ୍ୟରେ ଗମନା ଗମନ କ୍ଷେତ୍ରରେ ଅନେକ ସହାୟକ ହୋଇଥିବା ଦେଖିବାକୁ ମିଳିଛି । ପିଲାଠୁ ବୟସ୍କ ଏବଂ ମହିଳାଙ୍କ ସମେତ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏହି ଯୋଜନା ଅନେକ ସଫଳ ହୋଇଛି ।

ଗତବର୍ଷ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ଏହି ମୋ ବସ୍ ଯେଜନା । ଆଉ ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ସମୟରେ ଓଡ଼ିଶାକୁ ଆସି ‘ମୋ ବସ୍’ରେ ଯୋଗାଯାଉଥିବା ସେବାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ବିଶେଷ କରି ‘ମୋ ବସ୍’ରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବାରୁ ବସ୍ ଭିତରେ କୌଣସି ଅପରାଧିକ କାର୍ଯ୍ୟାକଳାପକୁ ଏଡ଼ାଇ ହେଉଛି । ବର୍ତ୍ତମାନ ସୁଧା ଟ୍ୱିନ୍-ସିଟିରେ ୨୦୦ରୁ ଉଦ୍ଧ୍ୱର୍ ‘ମୋ ବସ୍’ ଗଢୁଛି ଆଉ ଏହା ଯାତ୍ରୀଙ୍କ କ୍ଷେତ୍ରରେ ଅନେକ ସହାୟକ ହେଉଛି ।

ଅନ୍ୟପକ୍ଷେ ଆଜି ‘ମୋ ବସ୍’ ଯୋଜନାକୁ ବର୍ଷେ ପୁରିଥିବା ହେତୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜନ୍ମ ବାର୍ଷିକୀ ପାଳନ କରିବେ । ଗତ ବର୍ଷ ଯେଉଁଭଳି ବସ୍ ରେ ବସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଠିକ୍ ସେହିଭଳି ସନ୍ଧ୍ୟାରେ ଆୟୋଜିତ ‘ମୋ ବସ୍’ ଜନ୍ମବାର୍ଷିକୀର ସ୍ୱତନ୍ତ୍ର କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଏହାର ଜନ୍ମ ବାର୍ଷିକୀ ପାଳନ କରିବେ ମୁଖ୍ୟମନ୍ତ୍ରୀ । ଆର୍ନ୍ତଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରୁ ‘ମୋ ବସ୍’ରେ ବସି ଜୟଦେବ ଭବନ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ବୋଲି କାର୍ଯ୍ୟକ୍ରମ ରହିଛି ।