କନକ ବ୍ୟୁରୋ: ସିଆଚିନରେ ନିୟୋଜିତ ଅଗ୍ନିବୀର ଅକ୍ଷୟ ଲକ୍ଷ୍ମଣ ଏକ ଅପରେସନ୍ ସମୟରେ ପ୍ରାଣ ହରାଇଛନ୍ତି । ଲକ୍ଷ୍ମଣ ହେଉଛନ୍ତି ଦେଶର ପ୍ରଥମ ଅଗ୍ନିବୀର ଯିଏକି ଡ୍ୟୁଟିରେ ଥିବା ସମୟରେ ପ୍ରାଣ ହରାଇଛନ୍ତି । ଭାରତୀୟ ସେନା ମଧ୍ୟ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି ବୋଲି ସୋସିଆଲ ମିଡିଆ ଟ୍ୱିଟରରେ ଟ୍ୱିଟ୍ କରି କହିଛି । ମୃତ ଅଗ୍ନିବୀରଙ୍କ ପରିବାରକୁ ନିୟମ ଅନୁଯାୟୀ ଆର୍ôଥକ ସହାୟତା ଦିଆଯିବ ବୋଲି କୁହାଯାଇଛି । ସେନାର ନିୟମ ଅନୁଯାୟୀ, ଚାକିରିରେ ଯୋଗଦାନର ପ୍ରଥମ ବର୍ଷରେ ଅଗ୍ନିବୀରଙ୍କ ୪.୭୬ ଲକ୍ଷ ଟଙ୍କା ପ୍ୟାକେଜ୍ ରହିଥାଏ । ଏଥି ସହିତ, ୪ ବର୍ଷର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଏହାକୁ ୬.୯୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହାର ଅର୍ଥ ଅଗ୍ନିବୀର ପ୍ରତି ମାସରେ ୩୦ ହଜାରରୁ ୪୦ ହଜାର ବେତନ ପାଇବେ ।

Advertisment

ଏହା ବ୍ୟତୀତ ସେମାନେ ତିନି ସେନାର ସ୍ଥାୟୀ ଯବାନଙ୍କ ପରି ପୁରସ୍କାର, ପଦକ ଏବଂ ଭତା ପାଇବେ । ସରକାର ମଧ୍ୟ ୪୪ ଲକ୍ଷ ଟଙ୍କା ବୀମା ପ୍ରଦାନ କରିବେ । ଯଦି ଡ୍ୟୁଟିରେ ଥିବାବେଳେ ଅଗ୍ନିବୀରଙ୍କ ମୃତ୍ୟୁ ହୁଏ ତେବେ ସେ ବୀମା ରାଶି ପାଇବେ । ଏହା ବ୍ୟତୀତ ସେ ତାଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ଦରମା ମଧ୍ୟ ପାଇବେ ।