କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ, ସଂସ୍କୃତି ଓ ନାଟକ ଏକାଡ଼େମୀ ଦ୍ୱାରା ଅୁନଷ୍ଠିତ ହୋଇଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ଯୋଗ ଦେଇ ସେମାନଙ୍କ ନୃତ୍ୟ ପରିବେଷଣ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକି ଉଠିଛି ଜୁନାଗଡ଼ ମଂଚ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରମ୍ପରାର ଲୋକ ନୃତ୍ୟ, ସଂଙ୍ଗୀତ ଓ କଳା ପରିବେଷଣ କରିବାର ସୁଯୋଗ ଲୋକଙ୍କୁ ମଳିପାରିବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରର ବାର୍ତା ସୃଷ୍ଟି କରିବ । ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଥିବା ଭବାନୀ ପାଟଣା ପ୍ରତିଭା ଓ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନର କଳାକାର ମାନେ ଏହି ଉତ୍ସବରେ ସାମିଲ ହେବେ । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥଲା । ଏବେ କରୋନା କଟକଣା ଭିତରେ କଳାହାଣ୍ଡିରେ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋଙ୍କ ପାଖରେ ପହଂଚିପାରିବ ଆଦିବାସୀ ସଂସ୍କୃତିର ବାର୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/Screen-Shot-2021-02-13-at-4.44.23-PM.png)