ପ୍ରକାଶ ପାଇଲା ପ୍ରଥମ +୨ କଟ୍ ଅଫ୍ ମାର୍କ ତାଲିକା । ଜାଣନ୍ତୁ କେଉଁ କଲେଜର କଟ୍ ଅଫ୍ କେତେ ?

481

କନକ ବ୍ୟୁରୋ: +୨ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ମେରିଟ ଲିଷ୍ଟ ତଥା କଟ ଅଫ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବିର ସର୍ବାଧିକ କଟ୍ ଅଫ୍ ମାର୍କ ୭୧.୧୭% ରହିଛି । ସେହିପରି ଦ୍ୱିତୀୟରେ ରେଭେନ୍ସାର କଟ୍ ଅଫ୍ ମାର୍କ ୭୦.୧୭% ରହିଛି । ତେବେ ବିଜ୍ଞାନରେ ରେଭେନ୍ସାର କଟ୍ ଅଫ୍ ମାର୍କ ସର୍ବାଧିକ ୯୦% ରହିଥିବାବେଳେ ୨ୟରେ ବିଜେବିର ୮୮.୬୭% କଟ୍ ଅଫ୍ ମାର୍କ ରହିଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସୂଚନା ମିଳିଛି ।

ଅନ୍ୟପଟେ ବାଣିଜ୍ୟରେ ଗୋପାଳପୁର କଲେଜର ସର୍ବାଧିକ କଟ୍ ଅଫ୍ ମାର୍କ ୮୦.୦୬% ରହିଛି । ତେବେ ରାଜ୍ୟରେ ମୋଟ୍ ୩ଲକ୍ଷ ୭୫ ହଜାର ୫୭୩ ଜଣା ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ସେଥି ମଧ୍ୟରୁ ୩ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

ସେହି ଅନୁଯାୟୀ ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା କାଲିଠୁ ଜୁଲାଇ ୬ ତାରିଖ ମଧ୍ୟରେ ନାମ ଲେଖାଇବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଏବଂ ବଳକା ସିଟ ପାଇଁ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଅନ୍ୟପଟେ ଆସନ୍ତା ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ।