୯୦ ବର୍ଷର ବୃଦ୍ଧଙ୍କୁ ଆଜୀବନ କାରାଦଣ୍ଡ । ୪୨ ବର୍ଷ ପରେ ହେଲା ଶୁଣାଣୀ । ଜାଣନ୍ତୁ ମାମଲା କ’ଣ

1,989

କନକ ବ୍ୟୁରୋ: ବର୍ଷେ କି ୨ ବର୍ଷ ନୁହେଁ ଦୀର୍ଘ ୪୨ ବର୍ଷ ପରେ ହେଲା ହତ୍ୟାକାଣ୍ଡର ଶୁଣାଣୀ । ଯେତେବେଳେ ଅଭିଯୁକ୍ତ ମୃତ୍ୟୁ ମୁହଁରେ ସେହି ବୟସରେ ତାଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ନ୍ୟାୟ ବ୍ୟବସ୍ଥାର ଏଭଳି ଅଜବ ନୀତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଫିରୋଜାବାଦରେ ।

ଫିରୋଜାବାଦରେ ୯୦ ବର୍ଷର ବୃଦ୍ଧଙ୍କୁ ମିଳିଛି ଆଜୀବନ କାରାଦଣ୍ଡ, ଏହାସହ ୫୫ହଜାର ଟଙ୍କାର ଜରିମାନା । ସୂଚନା ମୁତାବକ, ୧୯୮୧ ମସିହାରେ ୧୦ଜଣ ଦଳିତଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅନ୍ୟ ୩ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ମାମଲାରେ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦୀର୍ଘ ବର୍ଷର ବିଚାର ମଧ୍ୟରେ ହିଁ ୯ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି । ଜୀବିତ ଥିଲେ ଏକମାତ୍ର ଦୋଷୀ ଯାହାଙ୍କୁ ଏବେ ପାଖାପାଖି ୯୦ ବର୍ଷ । ଏ ବୟସରେ ଶୁଣାଣୀ କରି କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।