ରାଜଧାନୀରେ ଅମାନବୀୟ କାଣ୍ଡ । କୁକୁର ଉପରେ ଗୁଳିମାଡ କଲା ଅଭିଯୁକ୍ତ ।

Advertisment
ରାଜଧାନୀରେ ଅମାନବୀୟ କାଣ୍ଡ । କୁକୁର ଉପରେ ଗୁଳିମାଡ କଲା ଅଭିଯୁକ୍ତ ।

କନକ ବ୍ୟୁରୋ : ହଜିକଲା ମାନବିକତା । ମଣିଷପଣିଆକୁ ମାରିଦେଲା ମଣିଷ । ଆଉ କେଉଁଠୁ ନୁହେଁ, ଖୋଦ ରାଜଧାନୀରୁ ଆସିଛି ଏମିତି ଏକ ଖବର, ଯାହା ଜାଣିଲେ, ମଣିଷ ସମାଜର ମୁଣ୍ଡ ଲଜ୍ୟାରେ ନଇଁଯିବ । କୁକୁରକୁ ଗୁଳିମାଡ଼ । ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁକୁର ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଜାଗମରା ଅଞ୍ଚଳରେ ।

କିତାବ ପଟ୍ଟନାୟକ ଓରଫ ବାବୁନା ନାମକ ଜଣେ ବ୍ୟକ୍ତି କୁକୁର ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସେବା ଓ ସଂକଳ୍ପ ଅନୁଷ୍ଠାନକୁ ପ୍ରତ୍ୟକ୍ଷଦର୍ଶୀ ଜଣାଇବା ପରେ ଅନୁଷ୍ଠାନର ସଦସ୍ୟ ରାଜେଶ ପୃଷ୍ଟି ଘଟଣା ସ୍ଥଳରେ ପହଞ୍ଚି ଆହତ କୁକୁରକୁ ପ୍ରାଥମିକ ଚିକିତ୍ସା କରିଛନ୍ତି । ଏବଂ ଖଣ୍ଡଗିରି ଥାନାରେ ଅଭିଯୁକ୍ତ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ପ୍ରାଣୀ ଚିକିତ୍ସାଳୟରେ ମୃତ କୁକୁରର ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe