କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଛି । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଭୋଟ ହେଉଛି । ମୋଟ ୨୦୦ଟି ଜିଲ୍ଲା ପରିଷଦ ଆସନ ମତଦାନ ଚାଲିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଚାଲିଛି । ତେବେ ଆଗକୁ ଆହୁରି ୪ଟି ପର୍ଯ୍ୟାୟରେ ନିର୍ବାଚନ ବାକି ରହିଛି । ଆଉ ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ସମ୍ବଲପୁରରେ ଜଣେ ସରପଞ୍ଚ ପ୍ରାଥୀଙ୍କ ଘର ଉପରକୁ ଗୁଳି ମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି । ଗୁଳିଟି କବାଟରେ ବାଜିବା ସହ କଣା ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଘିଚାମୁରା ପଂଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ଗୁଳି ଚଳାଇଛନ୍ତି ଦୁବୃର୍ତ୍ତ । ତେବେ ଏହି ଗୁଳିମାଡରେ କେହି ଆହତ ହୋଇନଥିବା ବେଳେ ଖବର ପାଇ ଠେଲକୋଲୋଇ ପୋଲିସ ଘଟଣା ସ୍ଥଳର ପହଂଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନ ପୂର୍ବରୁ ଏଭଳି ମାହୋଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ସମ୍ବଲପୁରରେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ । କବାଟ କଣା କରି ପଶିଛି ଗୁଳି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ ।
/kanak/media/post_attachments/wp-content/uploads/2022/02/9-19.jpg)