କନକ ବ୍ୟୁରୋ : ଗଣତି ପୂର୍ବରୁ ଗୁଳିମାଡ । ଆସନ୍ତାକାଲି ଭୋଟଗଣତି ହେବା ପୂର୍ବରୁ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଆସ୍କାର କଂଗ୍ରେସ ବିଧାନସଭା ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ ସହ ମରଣାନ୍ତକ ଆକ୍ରମଣ । ଆଉ ଏଭଳି ଘଟଣା ଏବେ ଆସ୍କାରେ ଆତଙ୍କ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟ ଅକ୍ସଫୋର୍ଡ ସ୍କୁଲ ନିକଟରେ କଂଗ୍ରେସର ଆସ୍କା ବିଧାନସଭା ପ୍ରାର୍ଥୀ ମନୋଜ ଓ ତାଙ୍କ ସହଯୋଗୀ ଯାଉଥିବା ବେଳେ ହଠାତ୍ ୪ ଜଣ ଦୁବୃର୍ତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ମନୋଜ ଓ ତାଙ୍କ ସହଯୋଗୀଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ ଦୁବୃର୍ତ୍ତ ।
ମନୋଜଙ୍କ ଉପରକୁ ଗୁଳି ଚଳାଇବା ସହ ଘଟଣାସ୍ଥ୍ଳରୁ ଫେରାର ହୋଇଯାଇଥିଲେ ୪ ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ମନୋଜ ଓ ତାଙ୍କ ସହଯୋଗୀଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମନୋଜଙ୍କ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଦୁବୃର୍ତ୍ତଙ୍କ ଗାଡି ଧକ୍କାରେ ଜଣେ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/56426974_403439997112052_1300374157149601792_n.jpg)