କନକ ବ୍ୟୁରୋ: ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ଗୁଳିକାଣ୍ଡ । ପିକଅପ ଭ୍ୟାନରେ ଯାଉଥିବା ବେଳେ ୨ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ୪ରୁ ୫ ଜଣ ଦୁର୍ବୃତ୍ତ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର ହୋଇଥିବା ଜଣାପଡ଼ିଛି ।

Advertisment

ତେବେ କିଏ ଓ କାହିଁକି ସେମାନଙ୍କ ଉପରକୁ ଗୁଡ଼ିମାଡ଼ କଲା ତାହା ଜଣାପଡ଼ି ନାହିଁ । ଗୁଳିମାଡ଼ ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପୋଲିସ ମେଡିକାଲ ଯାଇ ବୟାନ ରେକର୍ଡ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।