ଜମ୍ମୁ-କାଶ୍ମୀର କିସ୍ତୱାଡା ହସ୍ପିଟାଲରେ ଆତଙ୍କୀ ହମଲା । ଗୁଳିମାଡରେ ଜଣେ ମୃତ,ଜଣେ ଗୁରୁତର

ଟାର୍ଗେଟରେ ଥିଲେ ଆରଏସଏସ ନେତା

252

କନକ ବ୍ୟୁରୋ: ଜମ୍ମୁକଶ୍ମୀର କିସ୍ତୱାଡା ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀର ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ଜଣକ ଆରଏସଏସର ନେତା ଚନ୍ଦ୍ରକାନ୍ତ ବୋଲି ଜଣାପଡିଛି । ଆରଏସଏସର ନେତା ଚନ୍ଦ୍ରକାନ୍ତଙ୍କୁ ଟାର୍ଗେଟ କରି ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିବା କୁହାଯାଉଛି ।

Patrika

ସୂଚନା ମୁତାବକ, ଏହି ଘଟଣା ହସ୍ପିଟାଲ ଭିତରେ ଓପିଡିରେ ଘଟିଛି । ଏଠାରେ ଚନ୍ଦ୍ରକାନ୍ତ ନିଜର ସୁରକ୍ଷାକର୍ମୀଙ୍କ ସହ ଉପସ୍ଥିତ ଥିଲେ । ଏହି ସମୟରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ତାଙ୍କ ଉପରେ ଆଖି ବୁଜା ଗୁଳି ଚାଳନା କରିଥିଲେ । ଗୁଳିମାଡରେ ଚନ୍ଦ୍ରକାନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ଗୁଳିମାଡ କରି ଆତଙ୍କବାଦୀ ଫେରାର ହୋଇଯାଇଛି । ଆତଙ୍କବାଦୀ ଜଣଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡାଇ ନେଇ ଫେରାର ହୋଇଯାଇଥିବା ଜଣାପଡିଛି ।