କନକ ବ୍ୟୁରୋ: ପଞ୍ଜାବର ଭଟିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଆଜି ଭୋର ୪.୩୫ଟା ସମୟରେ ଭୟାବହ ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ପୁରା ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Advertisment

ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ସେନାରେ କ୍ୟାମ୍ପରେ ଯବାନ ମାନଙ୍କର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଘଟିଛି ବୋଲି ସୂଚନା ଦେଇଛନ୍ତି ଭଟିଣ୍ଡାର ଏସଏସପି । ମିଲିଟାରୀ ଷ୍ଟେସନ ଭିତରକୁ ପୁଲିସକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ ।

ସୂଚନା ମୁତାବକ, ଏହି ଘଟଣା ଅଫିସର୍ସ ମେସ୍ ଭିତରେ ଘଟିଛି । ଘଟଣା ଘଟିବା ବେଳକୁ ଭୋର ୪ଟା ୩୫ ମିନିଟ ସମୟ ହୋଇଥିଲା । ତେଣୁ ଏହା ଯବାନ ମାନଙ୍କ ମଧ୍ୟରେ ହିଁ ଘଟିଛି ବୋଲି ଅନୁମାନ କରାଯାଉଛି । ଭଟିଣ୍ଡା ମିଲିଟାରୀ ଷ୍ଟେସନ୍ ସବୁଠାରୁ ପୁରୁଣା ସେନା ଷ୍ଟେସନ୍ । ଏହା ଚାରିପଟେ କଡା ସୁରକ୍ଷା ବଳୟ ଥିବାରୁ ଏହା ମଧ୍ୟ କୌଣସି ଅନୁପ୍ରବେଶ ସମ୍ଭବ ନୁହେଁ ତେଣୁ ଏହା ଯବାନଙ୍କ ପାରସ୍ପରିକ ବିବାଦ ଯୋଗୁଁ ଘଟିଥାଇପାରେ ବୋଲି କୁହାଯାଉଥିବାବେଳେ କ୍ୱିକ୍ ଆକ୍ସନ୍ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।