ସୁନ୍ଦରଗଡ ନୂଆଗାଁଁରେ ଦୁର୍ବୃତଙ୍କ ଗୁଳିକାଣ୍ଡରେ ଯୁବତୀ ମୃତ : ଫେରାର ୬ ଯୁବକଙ୍କୁ ଧରିବାକୁ ପୁଲିସର ଛାନଭିନ

ସୁନ୍ଦରଗଡ ନୂଆଗାଁଁରେ ଦୁର୍ବୃତଙ୍କ ଗୁଳିକାଣ୍ଡରେ ଯୁବତୀ ମୃତ : ଫେରାର ୬ ଯୁବକଙ୍କୁ ଧରିବାକୁ ପୁଲିସର ଛାନଭିନ

ସୁନ୍ଦରଗଡ : ସୁନ୍ଦରଗଡ ନୂଆ ଗାଁ ବ୍ଲକ ଅନ୍ତର୍ଗତ ପତରାଟୋଲି ଗାଁରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ନୂତନ ଭେଙ୍ଗରାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି ।  ଗତକାଲି ବିଳମ୍ବିତ ରାତିରେ ୬ ଜଣ ଯୁବକ ୩ଟି ବାଇକରେ ଆସି ନୂତନ ଭେଙ୍ଗରାଙ୍କ ଝିଅ ଉପରକୁ ଗୁଳିଚାଳନା କରିଥିଲେ । ଏଥିରେ ଭେଙ୍ଗରାଙ୍କ ଝିଅ ଇଲି ସେବା ଦେହରେ ୨ଟି ଗୁଳିବାଜିଥିଲା ।

ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ହାତିବାଡି ଥାନା ଓ ନୂଆ ଗାଁ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ କିଛି ଲୋକ ପ୍ରେମ ଜନିତ ବ୍ୟାପାରରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe