ସୁନ୍ଦରଗଡ : ସୁନ୍ଦରଗଡ ନୂଆ ଗାଁ ବ୍ଲକ ଅନ୍ତର୍ଗତ ପତରାଟୋଲି ଗାଁରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ନୂତନ ଭେଙ୍ଗରାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୬ ଜଣ ଯୁବକ ୩ଟି ବାଇକରେ ଆସି ନୂତନ ଭେଙ୍ଗରାଙ୍କ ଝିଅ ଉପରକୁ ଗୁଳିଚାଳନା କରିଥିଲେ । ଏଥିରେ ଭେଙ୍ଗରାଙ୍କ ଝିଅ ଇଲି ସେବା ଦେହରେ ୨ଟି ଗୁଳିବାଜିଥିଲା ।
ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ହାତିବାଡି ଥାନା ଓ ନୂଆ ଗାଁ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ କିଛି ଲୋକ ପ୍ରେମ ଜନିତ ବ୍ୟାପାରରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-05-11h07m28s535.png)