କନକ ବ୍ୟୁରୋ: ସୁନା ଲୁଟିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଘଟିଛି ଏଭଳି ଏକ ଛାତିଥର ଘଟଣା, ଯାହାର ସାକ୍ଷୀ ସାଜିଛି ସିଟିଟିଭି କ୍ୟାମେରା । ଦୋକାନରେ ଲାଗିଥିବା ସିସିଟିଭ୍ କ୍ୟାମେରାରେ ଏହି ଗୁଳିକାଣ୍ଡର ପ୍ରତିଟି ଦୃଶ୍ୟ କଏଦ ହୋଇଛି ।
ଆଜି ସକାଳ ପ୍ରାୟ ୯ଟ ୧୦ ମିନିଟରେ ସୁନା ଦୋକନର ସଟର ଖୋଲୁଥିଲେ ସୁନାବେପାରୀ ରୋହିତ ବର୍ମା । ଏହି ସମୟରେ ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ପଛପଟୁ ଡାକ ପକାଇଥିଲେ । ଆଉ ତାଙ୍କ ଡାକଶୁଣି ପଛକୁ ଦେଖିଲା ବେଳକୁ ହଠାତ୍ ଜଣେ ଦୁର୍ବୃତ୍ତ ସୁନା ବ୍ୟାଗଟିକୁ ଛଡାଇ ନେଇଯାଇଥିଲା । ଏହି ସମୟରେ ଅନ୍ୟଜଣେ ଦୁର୍ବୃତ୍ତ ରୋହିତଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳି ରୋହିତଙ୍କ ପେଟରେ ବାଜିବା ସହିତ ସେ ଆହତ ହୋଇଥିଲେ । ଏହା ଭିତରେ ସେ ସୁନା ବ୍ୟାଗକୁ ଆଣିବା ପାଇଁ ଦୁର୍ବୃତ୍ତମାନଙ୍କୁ ଘଉଡାଉଥିଲେ । ସେତିକିବେଳେ ଦୁର୍ବୃତ୍ତମାନେ ପୁଣି ଆଉ ଦୁଇ ରାଉଣ୍ଡ ଗୁଳି ତାଙ୍କ ଉପରକୁ ଚଳାଇଥିଲେ । ଯାହାକି ରୋହିତଙ୍କ ଛାତିରେ ବାଜିଥିଲା । ଗୁଳି ବାଜିବା ପରେ ରୋହିତ ପ୍ରାଣ ହରାଇଛନ୍ତି ।
ସୁନା ବ୍ୟବସାୟୀ ରୋହିତଙ୍କୁ ଗୁଳିମାରି ଖସିଯାଇଛନ୍ତି ଦୁର୍ବୃତ୍ତ । ଏପଟେ ସାଇନଟିଫିକ୍ ଟିମ ସହାୟତାରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଲୁଟ ଘଟଣା ବୋଲି ଏସପି କହିଥିବା ବେଳେ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଜାରି ରହିିଛି । ବଡ କଥା ହେଲା, ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ର ଏକ ସାଇବର ଟିମ୍ ତଦନ୍ତ ଜାରିରଖିଛି । ଏହା ସହିତ ପଡୋଶୀ ଜିଲ୍ଲା ଏବଂ ସୀମାବର୍ତ୍ତୀ ଝାଡଖଣ୍ଡର ସମସ୍ତ ପ୍ରବେଶ ପଥ କୁ ସିଲ୍ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/tumblr_n8atyeoata1s57vgxo1_1280.jpg)