ଦିନ ଦ୍ୱିପ୍ରହରେ ସୋରରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଫାଇନାନ୍ସ କର୍ମଚାରୀ

627

କନକ ବ୍ୟୁରୋ: ସୋରରେ ଫୁଚିଲା ଗୁଳି । ଦିନ ଦ୍ୱିପ୍ରହରେ ଗୁଳିମାଡ କଲେ ଦୁର୍ବୃ୍ତ୍ଥ । ଦୁଇ ଜଣ ଫାଇନାନ୍ସ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ନିକଟରେ ଗୁଳିମାଡ ।

ତେବେ ଭାରତ ଫାଇନାନ୍ସର ୨ କର୍ମଚାରୀ ଋଣ ପରିଶୋଧ କରି ଦାଣ୍ଡହରିପୁରରୁ ସୋର ଫେରୁଥିଲେ । ଆଉ ଠିକ ସେତିକିବେଳେ ୩ ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । କଳା ପଲସରରେ କର୍ମଚାରୀଙ୍କ ପିଛା କରି ସେମାନଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ ।

ତେବେ ୫ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ଗୁଳି ସେମାନଙ୍କ ଗାଡିରେ ବାଜିଥିଲା ଆଉ ୨ କର୍ମଚାରୀ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତେବେ ଆହତ ୨ ଯୁବକଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।