କନକ ବ୍ୟୁରୋ: ପୋଲିସ ହେପାଜତରେ ଥିବା ଏ ହେଉଛି ପୁରୀ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ । ଗତକାଲି ଶ୍ରୀମନ୍ଦିର ସାମ୍ନାରେ ସେବାୟତ ଶିବରାମ ପାତ୍ରଙ୍କୁ ଏ ହିଁ ଗୁଳି ଚଳାଇଥିଲା । ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ଏହି ଗୁଳିକାଣ୍ଡ ପରେ ହିଁ ପୋଲିସ ଚନ୍ଦନ ବାରିକକୁ ଉଠାଇ ନେଇଥିଲା । ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଅଟକ ରଖିଛି ପୁରୀ ପୋଲିସ । ଏତଲାରେ ୩ ଜଣଙ୍କ ନାଁ ରହିଥିଲା । ଗତକାଲି ରାତିରେ ହରଚଣ୍ଡୀ ସାହି ନିକଟ ତଳୁଛ ସାହିର ଶିବରାମ ପାତ୍ର ରାତି ପ୍ରାୟ ୯ଟାବେଳେ ବାଇକ ଉପରେ ବସି ମୋବାଇଲରେ କଥା ହେଉଥିବାବେଳେ ହଠାତ ସେଠାରେ ଚନ୍ଦନ ବାରିକ ଅନ୍ୟଜଣଙ୍କ ସହ ପହଂଚି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲା । ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟାଇଥିବାବେଳେ ୨ଟି ଗୁଳି ଶିବରାମଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ଶିବରାମ ।
ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହୋଇଛି ଏହି ଗୁଳିକାଣ୍ଡ । ଗତକାଲି ଗୁଳିମାଡରେ ସେବାୟତଙ୍କ ମୃତ୍ୟୁ ପରେ ଉତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତ ଚନ୍ଦନର ବାପାଙ୍କୁ ମୃତକଙ୍କ ପରିବାର ସଦସ୍ୟ ଗୋଡାଇବାରୁ ସେ ଦୌଡି ପଳାଇଥିଲେ । ପରେ ଚନ୍ଦନଙ୍କ ବାପା ହତ୍ୟାକାଣ୍ଡର ଗୁମର ଖୋଲିଛନ୍ତି । ଚନ୍ଦନଙ୍କ ବାପାଙ୍କ କହିବା ଅନୁସାରେ, ମୃତକ ସେବାୟତ ଶିବରାମଙ୍କ ଉଭଣୀଙ୍କ ସହ ଚନ୍ଦନଙ୍କ ପ୍ରେମ ସମ୍ପର୍କ ଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିଲା । ଶିବରାମଙ୍କ ପରିବାର ଲୋକ ସବୁବେଳେ ଚନ୍ଦନଙ୍କ ପରିବାରକୁ ଧମକ ଦେବା ସହ ହଇରାଣ ହରକତ କରିଆସୁଥିଲେ । ଯାହାର ଫଳସ୍ୱରୂପ ଗତକାଲିର ଗୁଳିକାଣ୍ଡ ଘଟିିଲା ।
ଆଇନ ଶୃଙ୍ଖଳାକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗତକାଲି ଶ୍ରୀମନ୍ଦିର ସମ୍ମୁଖ ଏମାର ମଠ ନିକଟରେ ଫୁଠିଥିଲା ଗୁଳି । ଖବର ପାଇବା ପରେ ତତକ୍ଷଣାତ ପୁରୀ ଏସପିଙ୍କ ସହ ସିଂହଦ୍ୱାର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଅଭିଯୁକ୍ତ ଚନ୍ଦନ ବାରିକ ବନ୍ଧୁକ କେଉଁଠୁ ଆଣିଲେ ସେନେଇ ଅଧିକ ଖୋଲତାଡ ଆରମ୍ଭ ହୋଇଛି । ଏନେଇ ଏକ ୫ ଜଣିଆ ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ପୁରୀରେ ଏହିଭଳି ଏକାଧିକ ଗୁଳିକାଣ୍ଡ ପରେ ଚୋରା ବନ୍ଧୁକର ପେଣ୍ଠସ୍ଥଳୀ ପାଲଟିଯାଇଛି । ତେଣୁ ପୁରୀକୁ କେଉଁଠୁ ଆସୁଛି ବନ୍ଧୁକ ସେନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛଡାଉ କରିଛି ପୋଲିସ । ଏକାଧିକ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ପୂରୀ ପୁଲସ ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/05/pjimage-11-3.jpg)