କନକ ବ୍ୟୁରୋ: ହୋଲି ପୂର୍ବରୁ ପିପିଲିରେ ଫୁଟିଲା ଗୁଳି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦ ନିକଟ କାଞ୍ଜିଆ ଛକରେ ଗୁଳିମାଡ । ତେବେ ଏହି ଗୁଳିକାଣ୍ଡରେ ଜଣେ ଯୁବକ ଘଟଣାସ୍ଥଳରେ ଟଳି ପଡିଥିଲେ ।
ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ହେଉଛନ୍ତି ବଡ କାଞ୍ଜିଆ ଗାଁର ଭାସ୍କର ବେହେରା । କିଏ କାହିଁକି ଭସ୍କରଙ୍କୁ ଗୁଳି କରି ହତ୍ୟା କଲା ? ସେନେଇ କୌଣସି ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/SATYABADI.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-09-08h17m34s107.png)