ପାଟଣାଗଡରେ ଫୁଟିଲା ଗୁଳି । ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ, ମେଡିକାଲରେ ମୃତ୍ୟୁ ।

424

କନକ ବ୍ୟୁରୋ: ପାଟଣାଗଡରେ ଫୁଟିଲା ଗୁଳି । ଗୁଳିମାଡରେ ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ମୃତ । ପଲସରରେ ଆସି ୩ ରାଉଣ୍ଡ ଗୁଳିମାଡ କଲେ ୩ ଦୁର୍ବୃତ୍ତ । ଗୁଳିମାଡ ପରେ ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ତେବେ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ବେଳେ କେଉଁ କାରଣରୁ ଏ ହତ୍ୟାକାଣ୍ଡ ହୋଇଛି ଏବଂ ଗୁଳିମାଡ ପଛର ରାଜନୈତିକ ଶତ୍ରୁତା ନା ଆଉ କଣ ତାହା ଜଣାପଡିନାହିଁ ।