ରାଜଧାନୀରେ ଗର୍ଜିଲା ବନ୍ଧୁକ । ଢାବା କର୍ମଚାରୀ ଆହତ, ପୋଲିସ ପାଇଁ ସୃଷ୍ଟି କଲା ଚ୍ୟାଲେଞ୍ଜ

ରାଜଧାନୀରେ ଗର୍ଜିଲା ବନ୍ଧୁକ । ଢାବା କର୍ମଚାରୀ ଆହତ, ପୋଲିସ ପାଇଁ ସୃଷ୍ଟି କଲା ଚ୍ୟାଲେଞ୍ଜ

କନକ ବ୍ୟୁରୋ : ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବା ବେଳେ ଆଜି ଭୁବନେଶ୍ୱରରେ ପୁଣି ଫୁଟିଛି ଗୁଳି। ଏଥିରେ ଜଣେ ଢ଼ାବା କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି କଳିଙ୍ଗ ଷ୍ଟୁଡିଓ ନିକଟରେ। ଖବର ପାଇଁ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହତ କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପାର୍ବଣ ଋତୁର ଆରମ୍ଭରେ ଭୁବନେଶ୍ୱରରେ ଏପରି ଘଟଣା ଘଟିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଖାସକରି ଆଗକୁ ଦୁର୍ଗାପୂଜା ଥିବାରୁ ଏଭଳି ଖୋଲାଖୋଲି ଭାବେ ରାଜଧାନୀରେ ବନ୍ଧୁକ ଗର୍ଜନ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe