କନକ ବ୍ୟୁରୋ : ଖୋର୍ଦ୍ଧାରେ ପୁଣି ଫୁଟିଲା ଗୁଳି । କୁଖ୍ୟାତ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳି ମାଡ କରି ଖସିଯାଇଛନ୍ତି ଦୁର୍ବୃତ । ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏହି ଗୁଳି ମାଡ ହୋଇଛି । ଡ୍ରଗ୍ସ ମାଫିଆ ସୋମନାଥ ଦେହରେ ୫ଟି ଗୁଳି ବାଜିଥିବା ବେଳେ ପୋଲିସ ଘଟଣାସ୍ଥଳରୁ ୩ଟି ଖୋକା ଜବତ କରିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ରାତି ପ୍ରାୟ ୧୦ଟା ବେଳେ ସୋମନାଥ ଓ ତାର ଦୁଇ ଭାଇ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଠେଙ୍ଗାହାଟ ଦୋଳପଡିଆ ନିକଟ ଏକ ଦୋକାନରୁ ଏକ ଲଫାପା କିଣିବାକୁ ଅଟକି ଥିଲେ । ଏହି ସମୟରେ ଏକ ଫୋନ କଲ ସୋମନାଥଙ୍କ ମୋବାଇଲକୁ ଆସିଥିଲା । ସେହି ସମୟରେ ଏକ ବରଯାତ୍ରୀ ଦଳ ଯାଉଥିବାରୁ ଦୋକାନ କଡକୁ ଯାଇ କଥା ହେଉଥିଲେ ସୋମନାଥ । ଏହି ସମୟରେ ଏକ ପିକଅପ ଭ୍ୟାନରେ କିଛି ଦୁର୍ବୃତ ସେଠାରେ ପହଂଚି ଆଖିବୁଜା ୫ରୁ ୬ ରାଉଣ୍ଡ ଗୁଳି ମାଡ କରି ଖସି ଯାଇଛନ୍ତି ।
ବରଯାତ୍ରୀ ଦଳ ବାଣ ଫୁଟାଉଥିବାରୁ ଗୁଳିମାଡ କଥା ପ୍ରଥମେ ଜଣାପଡିନଥିଲା । କିନ୍ତୁ ସୋମନାଥ ରକ୍ତ ଜୁଡୁବୁଡୁ ହୋଇ ଦୌଡିବା ସହ ଚିତ୍କାର କରିବାରୁ ଲୋକେ ଜାଣିପାରିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/NJUO2KVXMBDQFFPS55U5OPYNHM.jpg)