ଗୁଳି ଫୁଟିଲା, ଛାତିରେ ବାଜିଲା: ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ । ରୋଗୀ ଦେଖୁଥିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର୍

Advertisment
ଗୁଳି ଫୁଟିଲା, ଛାତିରେ ବାଜିଲା: ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ । ରୋଗୀ ଦେଖୁଥିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର୍

କନକ ବ୍ୟୁରୋ: ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଗୁରୁତର । ୨ ଜଣ ଦୁର୍ବୃତ୍ତ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଡାକ୍ତରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ତେବେ ସନ୍ଧ୍ୟାରେ ସ୍ଥାନୀୟ ଏକ ଔଷଧ ଦୋକାନରେ ଖୋଲାଯାଇଥିବା କ୍ଲିନିକରେ ରୋଗୀ ଦେଖୁଥିଲେ ମାନସ। ଏହି ସମୟରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଅଚାନକ ପହଞ୍ଚିଥିଲେ। ମୁଖାପିନ୍ଧା ଦୁର୍ବୃତ୍ତମାନେ ଔଷଧ ଦୋକାନ ଆଗରେ ବାଇକ୍ ରଖିଦେଇ କ୍ଲିନିକ୍ ଭିତରକୁ ପ୍ରବେଶ କରିଥିଲେ। ଡାକ୍ତର କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତମାନେ ଗୁଳି କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଜଣେ ଔଷଧ ଦୋକାନୀ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe