କନକ ବ୍ୟୁରୋ: ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ । ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା । ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ । ଅମ୍ରାନଙ୍କ ସମର୍ଥକ ଏହି ଫାୟରିଂ କରିଥିବା କୁହାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି ।

Advertisment

ଆଜି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । କୁହାଯାଉଛି କି ନିର୍ବାଚନ ଆୟୋଗଙ୍କ ନିକଟରେ ଭୁଲ ତଥ୍ୟ ଦେଇଥିବା ଅପରାଧରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।