କନକ ବ୍ୟୁରୋ : ମକାବାଡ଼ରେ ଗୁଳିକାଣ୍ଡ । ଗାଈ ଚରାକୁ ନେଇ ବିବାଦ ପରେ ଚାଷ ଜମିରେ ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ଗୁଳିମାଡ଼ରେ ଖାରିଗୁଡ଼ା ଗାଁର ମାଦି ପଡ୍ରାଙ୍କ ଜୀବନ ଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମାଦିଙ୍କ ପୁଅ ଧର୍ମେନ୍ଦ୍ର ।

Advertisment

ଖବର ଅନୁସାରେ ଗାଈ ମକା ଫସଲ ଖାଇଦେବାକୁ ନେଇ ମାଦି ପଡ୍ରା ଏବଂ ମକା ଚାଷ ମାଲିକଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ମକା ଚାଷ ମାଲିକ ଆକାଶ ପଡ୍ରା ସାଥିରେ ଧରି ଯାଇଥିବା ଦେଶୀ ବନ୍ଧୁକରେ ଗୁଳି କରି ମାଦିଙ୍କୁ ହତ୍ୟା କରିଥିଲେ । ଘଟଣାରେ ଅଭିଯୁକ୍ତକୁ ଗିରଫ କରି ବନ୍ଧୁକ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ । ଗୁରୁବାର ମାଦିପଡ୍ରା ଚାଷ କାମ ସାରି ଗାଁ ନିକଟ ପାହାଡକୁ ଗାଈ ଚରାଇବାକୁ ଯାଇଥିଲେ । ହେଲେ ସଂଧ୍ୟା ହୋଇଯାଇଥିଲେ ମଧ୍ୟ ମାଦି ଘରକୁ ଫେରିନଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମକା ଚାଷ ଜମିରେ ମାଦିଙ୍କ ମୃତ ଶରୀର ପଡିଥିବା ପରିବାର ଲୋକ ଦେଖି ପୋଲିସକୁ ସୂଚନା ଦେଇଥିଲେ ।