କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ବାପପୁଅଙ୍କ ଉପରେ ଗୁଳିମାଡ । ଗୁଳିମାଡରେ ପୁଅ ମୃତ, ବାପା ଗୁରୁତର ହୋଇଥିବା ବେଳେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି ।
ତେବେ ସରକନ୍ତରା ଅଞ୍ଚଳର ଅଭିମନ୍ୟୁ ଜେନା (ବାପା), ଅନୀଲ ଜେନା (ପୁଅ)କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ପୁଅ ଅନୀଲ ଛାତିରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ଓ ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ଟପହଞ୍ଚିଛି । ତେବେ ଅଭିଯୁକ୍ତ ଭତର ସାହୁ ଓରଫ ବାପି ବୁଧବାର ଦିନ ବାପପୁଅଙ୍କ ସହ ଗଣ୍ଡଗୋଳ କରିଥିଲେ । ଆଉ ଗଣ୍ଡଗୋଳ ସମୟରେ ଧମକ ଦେଇ କହିଥିଲା ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରତିଶୋଧ ନେବ। ଆଉ ଆଜି ବାପି ଅତର୍କିତ ଭାବେ ଆସି ବାପ ଅଭିମନ୍ୟୁ ଓ ପୁଅ ଅନିଲଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/dsgh.jpg)
/kanak/media/post_attachments/wp-content/uploads/2019/11/WhatsApp-Image-2019-11-07-at-18.09.35-1024x768.jpeg)
/kanak/media/post_attachments/wp-content/uploads/2019/11/WhatsApp-Image-2019-11-07-at-18.09.351-1024x768.jpeg)