କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଦିନ ଦ୍ୱିପ୍ରହରେ ଯୁବତୀଙ୍କୁ ଗୁଳିମାଡ । ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଥିବା ସୂଚନା । ଯୁବତୀଙ୍କ ଜଙ୍ଘରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।
ଯୁବତୀଙ୍କୁ ଗୁଳିମାଡ । ଇନଫୋସିଟି ଥାନା ଅଂଚଳରେ ଗୁଳିମାଡ କଲେ ଦୁର୍ବୃତ୍ତ, ଯୁବତୀଙ୍କ ଜଂଘରେ ବାଜିଛି ଗୁଳି, ଚିକିତ୍ସା ପାଇଁ ଘରୋଇ ମେଡିକାଲରେ ଭର୍ତି @cpbbsrctc@dcpbbsr#Bhubaneswar#Odishapic.twitter.com/Tf6pxnlPAs
— Kanak News (@kanak_news) February 10, 2020
ତେବେ ଦୁଇ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ଥିବା ସୂଚନା ମିଳିଛି । ସବୁଠାରୁ ବଡ କଥା ହେଉଛି ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ତାଙ୍କୁ ଗୁଳି ମରାଯାଇଥିବା ସୂଚନା ମିଳିଛି । ଯୁବତୀ ଜଣଙ୍କ ଫ୍ୟାସନ ଡିଜାଇନିଂ ପଢୁଥିଲେ । ତେବେ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ଗୁଳିମାଡ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।