ଗାଡି ପାର୍କିଂଙ୍କୁ ନେଇ ଗୁଳିକାଣ୍ଡ । ବାଲେଶ୍ୱର ଗଡଗଡିଆ ଛକ ନିକଟରେ ପାର୍କିଂ କଳିକୁ ନେଇ ବ୍ୟବସାୟୀଙ୍କୁ ଗୁଳି ମାରିଲେ ଅବସରପ୍ରାପ୍ତ ଅଧ୍ୟାପକ ।

386

କନକ ବ୍ୟୁରୋ: ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ଗୁଳିକାଣ୍ଡ । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ବ୍ୟବସାୟୀ । ସଂଜୟ ହାଇଟ୍ସ ଆପାର୍ଟମେଂଟରେ ଏହି ଗୁଳିକାଣ୍ଡ ହୋଇଛି । ଗାଡ଼ି ପାର୍କିଂକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସକାଳେ ବଚସା ହୋଇଥିଲା । ଏହାକୁ ନେଇ ଅପରାହ୍ଣ ୫ଟା ବେଳେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମଣ ବେହେରା ନାମକ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଆନନ୍ଦ ସିଂହଙ୍କ ଛାତିରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଉଦବେଗଜନକ ରହିଛି । ପ୍ରଥମେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଲକ୍ଷ୍ମଣ ବେହେରାକୁ ବାଲେଶ୍ୱର ଟାଉନ ଥାନା ପୋଲିସ ଅଟକ ରଖିଛି । ଲକ୍ଷ୍ମଣ ବେହେରା ଠାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଛି ।