ଆମେରିକାରେ ବନ୍ଧୁକ ଆକ୍ରମଣର ଘଟଣା ଥମିବାର ନାଁ ନେଉନାହିଁ । ପୁଣିଥରେ ଆମେରିକାର ରାଜଧାନୀ ୱାସିଂଟନ୍ ରୁ ଗୁଳି ଫୁଟିବା ଘଟଣା ସାମ୍ନାକୁ ଆସିଛି । ୱାସିଂଟନ୍ ଡିସିରେ ଥିବା ହ୍ୱାଇଟ୍ ହାଉସ୍ ରୁ ପାଖାପାଖି ୩ କି.ମି. ଦୂରରେ ଫୁଟିଛି ଗୁଳି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ମଧ୍ୟରାତ୍ରିରେ ଘଟିଛି ଏହି ଘଟଣା ।
Kanak News is now on WhatsApp
Join and get latest news updates delivered to you via WhatsApp
#UPDATE One dead, five injured in Washington, D.C. shooting, says Police: Reuters https://t.co/Ry7A55UNGI
— ANI (@ANI) September 20, 2019
ସ୍ଥାନୀୟ ଟି.ଭି. ଚ୍ୟାନେଲ୍ ଫକ୍ସ-୫ ରିପୋର୍ଟ ମୁତାବକ , ଯେଉଁ ସ୍ଥାନରେ ଏହି ଗୁଳି ଫୁଟିଛି ତାହା ଆମେରିକା ରାଷ୍ଟ୍ରପତି ନିବାସ ସ୍ଥଳ (ହ୍ୱାଇଟ୍ ହାଉସ୍) ର ପାଖାପାଖି ୩ କି.ମି. ଦୂରରେ ଘଟିଛି । ଏହି ଘଟଣାରେ ୬ ଜଣ ଲୋକଙ୍କୁ ଗୁଳି ଲାଗିଥିବା କଥା ସୂଚନା ମିଳୁଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି ।