ହେଲମେଟ୍ ପିନ୍ଧି ମସଜିଦରେ ପଶିଲା ସନ୍ଦିଗ୍ଧ ! ନମାଜ୍ ପଢୁଥିବା ଲୋକଙ୍କ ଉପରେ ବର୍ଷାଇଦେଲା ଗୁଳି । ଫଟୋରେ ଦେଖନ୍ତୁୁ ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚର ଆକ୍ରମଣ ସମୟରେ ଫଟୋ ।

269

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଗୁଳିମାଡ଼ ହୋଇଛି । ପ୍ରଥମ ଆକ୍ରମଣ ଅଲ୍ ନୁର୍ ମସଜିଦରେ ହୋଇଥିବା ବେଳେ ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବାର ଖବର ଆସୁଛି। ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ଏହି ଘଟଣାରେ ଅନେକ ଗୁରୁତର ଆହତ ହେବାର ଖବର ମଧ୍ୟ ଆସୁଛି । କୁହାଯାଉଛି କି ଆକ୍ରମଣକାରୀ କଳା କପଡା ପିନ୍ଧିବା ସହ ହେଲମେଟ୍ ପିନ୍ଧି ମସଜିଦ୍ ଭିତରକୁ ପସିଥିଲା । ନ୍ୟୁଜିଲାଣ୍ଡ ପୋଲିସ୍ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରିରହିଛନ୍ତି । ପୋଲିସ୍ ଆକ୍ରମଣକାରୀଙ୍କୁ ଏହାର ଜବାବ୍ ମଧ୍ୟ ଦେଉଛନ୍ତି । ଗୁଳି ଚଳାଉଥିବା ଜଣେ ଆକ୍ରମଣକାରୀଙ୍କୁ ପୋଲିସ୍ ଗିରଫ ମଧ୍ୟ କରିଛି । ଫଟୋରେ ଦେଖନ୍ତୁ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଆକ୍ରମଣ ସମୟରେ ଫଟୋ ।

୧ . ସେଣ୍ଟ୍ରାଲ୍ ଖ୍ରୀଷ୍ଟଚର୍ଚ୍ଚରେ ଜଣେ ବ୍ୟକ୍ତିଙ୍କୁ ସାହସ ଦେଉଥିବା ଜଣେ ପୋଲିସ୍ ଅଫିସର ।

୨ . ଗୋଳାବାରି ଘଟଣା ସମୟରେ ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଥିଲା ।

୩ . ନ୍ୟୁଜିଲାଣ୍ଡ ପୋଲିସ୍ ଗୁଳି ଚଲାଉଥିବା ଜଣେ ସନ୍ଦିଗ୍ଧକୁ ଧରିବାରେ ସଫଳ ହୋଇଛି । କିନ୍ତୁ ଆକ୍ରମଣକାରୀ ସେ ଉପରେ ଅଧିକ କିଛି ଜଣାପଡିନାହିଁ ।

୪ . ମସଜିଦ୍ ବାହାରେ ଠିଆ ହୋଇଥିବା ଲୋକ ।