କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ୩ ଗ୍ରାମବାସୀ ମୃତ । ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଆରପିଏଫ ଯବାନଙ୍କ ଗୁଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସିଲଗେର ଠାରେ ହେଉଥିବା ସିଆରପିଏଫ କ୍ୟାମ୍ପକୁ ଗ୍ରାମବାସୀ ବିରୋଧ କରୁଥିଲେ । ୩ ଦିନ ଧରି କ୍ୟାମ୍ପ ସମ୍ମୁଖରେ ଲୋକେ ଧାରଣ ଦେଇଥିଲେ । ଗ୍ରାମବାସୀଙ୍କୁ ଘଉଡେଇବା ପାଇଁ ଯବାନ ଗୁଳି ଚାଳନା କରିଥିବା ସୂଚନା ମିଳିଛି ।
ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ । ସିଆରପିଏଫ ଯବାନଙ୍କ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଅଭିଯୋଗ ।
/kanak/media/post_attachments/wp-content/uploads/2021/05/amr-696x389.jpeg)