କନକ ବ୍ୟୁରୋ : କୋଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ କନଷ୍ଟେବଳ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ବି ଓଡିଆ ବୋଲି ଜଣାପଡିଛି ।
ଗୁଳିମାଡ କରିଥିବା କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ରଞ୍ଜିତ ଷଡଙ୍ଗୀ ବୋଲି ଜଣାପଡିଛି । ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା । ଅକ୍ଷୟ ମିଶ୍ର ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ । ଅକ୍ଷୟଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ଟିମ ଘଟଣାସ୍ଥଳକୁ ଯାଇଥିଲା । ଏଥିରେ କମାଣ୍ଡୋ ବି ସାମିଲ ହୋଇଥିଲେ । ବୁଲେଟପ୍ରୁଫ ଜାକେଟ ସହ ସେମାନେ ମ୍ୟୁଜିୟମ ଭିତରକୁ ଯାଇଥିଲେ । ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/08/34-3.jpg)