କନକ ବ୍ୟୁରୋ : ରାଜ୍ୟରେ ମତଦାନ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ହିଂସା । ଖଲ୍ଲିକୋଟ ଏନଏସି ୧୧ ନମ୍ବର ୱାର୍ଡ କାଉନସିଲର ନାରାୟଣ ବାରିକଙ୍କ ଘର ଆଗରେ ଅଜଣା ବ୍ୟକ୍ତି ଗୁଳି ଫୁଟାଇଛନ୍ତି । କିଛି ଅଜଣା ବ୍ୟକ୍ତି କାର ଯୋଗେ ଆସି ନାରାୟଣ ବାରିକଙ୍କ ଘର ଓ ଦୋକାନ ଆଗରେ ଗୁଳି ଫୁଟାଇଛନ୍ତି । ଏହାସହ କାଉନସିଲରଙ୍କ ଭାଇଙ୍କୁ ଘରେ ପଶି ମାଡ ମାରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ରୁ ୪ ଜଣ ବ୍ୟକ୍ତି ଏକ କାରରେ ଆସି କାଉନସିଲରଙ୍କ ଘର ଓ ଦୋକାନ ଆଗରେ ବ୍ଲାଙ୍କ ଫାଇରିଙ୍ଗ କରି ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Untitled-1-44.jpg)