କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୁଣି ଫୁଟିଲା ଗୁଳି : ଭିଡ଼ ନିୟନ୍ତ୍ରଣ ପାଇଁ ଗୁଳି ମାଡ଼ କଲେ ତାଲିବାନୀ

178

କନକ ବ୍ୟୁରୋ : କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି । ବିମାନ ବନ୍ଦରରେ ହେଉଛି ଗୁଳିମାଡ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଛି । ଗ୍ରେନେଡ୍ ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ତାଲିବାନୀଙ୍କ ଫାୟାରିଂର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଜୀବନ ବଂଚାଇବା ପାଇଁ ଗୁଳିମାଡର ଶବ୍ଦ ଶୁଣି ଏଣେତେଣେ ଦୌଡିଲେ ଲୋକେ ।

ପୂରା ପରିବେଶ ଧୂଆଁମୟ ହୋଇଯାଉଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତିର ଏହି ଦୃଶ୍ୟ କାବୁଲ ଏୟାରପୋର୍ଟର ଉତ୍ତର ଗେଟ୍ର ବୋଲି କୁହାଯାଉଛି । ତାଲିବାନର କାବୁଲ କବଜା କରିବା ପରେ ଏୟାରପୋର୍ଟରେ ଲୋକଙ୍କ ଭିଡ ଜମିଥିଲା । ଆଫଗାନିସ୍ତାନ ଛାଡିବା ପାଇଁ ଲୋକଙ୍କ ଗହଳି ହୋଇଥିଲା । ବିମାନରେ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନ ବନ୍ଦର ବାହାରେ ମଧ୍ୟ ସେତେବେଳେ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା ।