କଟକ କନ୍ଦରପୁର ସ୍ଥିତ ଅଥଙ୍ଗାରେ ବ୍ୟବସାୟୀଙ୍କୁ ଗୁଳିମାଡ : ଆହତଙ୍କୁ ଏସସିବିରେ ଭର୍ତ୍ତି

186

କନକ ବ୍ୟୁରୋ : କଟକରେ ବ୍ୟବସାୟୀଙ୍କୁ ଗୁଳି ମାଡ । ଦୁଇ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳି ମାଡ କରିଥିବା ସୂଚନା । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ବ୍ୟବସାୟୀ ଜଣକ କଟକ କନ୍ଦରପୁର ଅଂଚଳରେ ଯାଉଥିବା ବେଳେ ଦୁଇ ଲୁଟେରା ଏକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିତ ତଦନ୍ତରୁ ଜାଣିବାକୁ ପାଇଛି ।