କନକ ବ୍ୟୁରୋ: ବିହାରରୁ ଆସିଛି ଦୁଃଖଦ ଖବର । ଏଠିକାର ଲଖିସରାୟ ଅଞ୍ଚଳରେ ଛଟ୍ ପୂଜା ସାରି ଫେରୁଥିବା ବ୍ରତଧାରୀଙ୍କ ଉପରେ ଗୁଳିମାଡ ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଲିସର କହିବା ମୁତାବକ, ଗୋଟିଏ ପରିବାରର ୬ଜଣ ସୂର୍ଯ୍ୟଙ୍କ ପୂଜା ସାରି ଛଟ୍ ଘାଟରୁ ଫେରୁଥିଲେ । ଘରେ ପହଞ୍ଚିବା ପୂର୍ବରୁ ହଠାତ୍ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା । ତେବେ ଘଟଣାର କାରଣ ଖୋଜିବାରେ ତନାଘନା ଚଳାଇଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/fire.jpg)