କାଇରାନା ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଶାମଲୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପୋଲିଂ ବୁଥରେ ଗୁଳିଚାଳନା ହୋଇଛି । ସୂଚନା ଅନୁଯାୟୀ, ଏଠାରେ କିଛି ଲୋକ ଭୋଟର ଆଇଡି କାର୍ଡ ବିନା ମତଦାନ କରିବାକୁ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯିବାରୁ ମତଦାନ କେନ୍ଦ୍ରରେ ହଙ୍ଗାମା ହୋଇଥିଲା । ତେଣୁ ଏମାନଙ୍କୁ ଘଟଣାସ୍ଥଳରୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ।
ଜିଲ୍ଲା ନିର୍ବାଚନ ଅଧିକାରୀ କହିବା ଅନୁଯାୟୀ, ବିନା ଭୋଟ ଆଇଡି କାର୍ଡରେ ଆସିଥିବା ମତଦାତା ଭୋଟ ଦେବାକୁ ଅଡି ବସିବାରୁ ତାଙ୍କୁ ଘଉଡାଇବା ପାଇଁ ବିଏସଏଫ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହ ଭୋଟ ଗ୍ରହଣ ମଧ୍ୟ ଜାରି ରହିଛି । ଏହି ପୂରା ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଏସଏଫ ଯବାନ ଫାଙ୍କା ଗୁଳିଚାଳନା କରୁଥିବାର ନଜର ଆସିଛନ୍ତି ।
ଏହି ଲୋକସଭା ଆସନରେ ସବୁଠୁ ଅଧିକ ମୁସଲିମ ଭୋଟ ରହିଛି । ପ୍ରାୟ ୫ ଲକ୍ଷ ମୁସଲିମ ଭୋଟ ରହିଥିବା ବେଳେ ୪ ଲକ୍ଷ ପଛୁଆବର୍ଗଙ୍କ ଭୋଟର ରହିଛନ୍ତି । ଏହି ଆସନରୁ ବିଜେପିରୁ ପ୍ରଦୀପ ଚୌଧୁରୀ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ଏସପି-ବିଏସପି ମିଳିତ ଗଠବନ୍ଧନରେ ତବସୁମ ବେଗମ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଂଗ୍ରେସରୁ ହରେନ୍ଦ୍ର ମଲ୍ଲିକ ମୈଦାନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/shamli_1554974656_618x347.jpeg)