ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଡମଣଭୂମି ଗାଁରେ ଫୁଟିଲା ବୋମା, ଚାଲିଲା ଗୁଳି । ଦୁଇ ଗୋଷ୍ଠୀ ମୁହାଁମୁହ. ୫ରୁ ଅଧିକ ଆହତ ।

121

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୋର୍ଦ୍ଧା ଓଳସିଂହ ଗ୍ରାମପଂଚାୟତ ଡମଣଭୂମି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ଗୁଳିମାଡ ହୋଇଛି । ମାଙ୍କଡା ପଥର ଖାଦାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗିରହିଥିଲା ।

ଆଜି ଏକ ପଥର ବୋଝେଇ ଗାଡି ଅଟକାଇବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଗାଁରେ ଗୁଳିଫୁଟିବା ସହ ବୋମାମାଡ ହୋଇଛି । ଏଥିରେ ୫ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଙ୍କିଆ ପୁଲିସ ପଂହଚି ପରିସ୍ଥିତି ଉପରେ ନଜର ରଖିଛି ।