ପୁଣି ଗୁଳିରେ ଥରିଲା ଆମେରିକା: ଏଥର ଦୁର୍ବୃତ୍ତଙ୍କ ଟାର୍ଗେଟରେ ଡାକ୍ତରଖାନା

141

କନକ ବ୍ୟୁରୋ: ପୁଣି ଦୁର୍ବୁର୍ତଙ୍କ ଗୁଳିରେ ଥରିଲା ଆମେରିକା । ଓକଲାହୋମ ରାଜ୍ୟର ଟୁଲସାର ସହରର ଏକ ହସପିଟାଲରେ ବଡ ଧରଣର ଗୁଳିମାଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହେବା ସହ ୧୦ଜଣ ଗମ୍ଭୀରଭାବେ ଆହତ ହୋଇଥିବା ଜଣାପଡିଛି । ତେବେ ସବୁଠୁ ଚିନ୍ତାର କଥା ହେଉଛି ୮ଦିନ ମଧ୍ୟରେ ଏହା ହେଉଛି ୪ର୍ଥ ଗୁଳିକାଣ୍ଡ ଘଟଣା ।

ଜୀବନ ବଂଚାଇବା ପାଇଁ ଯେଉଁଠିକୁ ଯାଇଥିଲେ ସେଠାରେ ହିଁ ଜୀବନ ଚାଲିଗଲା । ଚିକିତ୍ସା କରି ଘରକୁ ଫେରିବାକୁ ଚାହିଁବସିଥିବାବେଳେ ଦୁର୍ବୁର୍ତଙ୍କ ଗୁଳିମାଡର ଶିକାର ହେଲେ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଆମେରିକାର ଓକଲାହୋମ ରାଜ୍ୟର ଟୁଲସା ସହରରେ । ବୁଧବାର ଏଠାକାର ଘରୋଇ ଡାକ୍ତରଖାନା ସେଂଟ ଫ୍ରାନସିସରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ଘଟଣାରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୦ଜଣ ଗମ୍ଭୀରଭାବେ ଆହତ ହୋଇଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ରାଇଫଲ ଧରି ଡାକ୍ତରଖାନାକୁ ପ୍ରବେଶ କରିଥିଲା ଜଣେ ଆତତାୟୀ । କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳିମଡ କରିଥିଲା । ଆମେରିକାରେ ୮ଦିନ ଭିତରେ ୪ଥର ଗୁଳିକାଣ୍ଡ ଘଟଣା ଘଟି ସାରିଛି ।

୨୦ ମେ ୨୦୨୨–ନ୍ୟୁୟର୍କ ବୁଫେଲୋ ସୁପରମାର୍କେଟରେ ଗୁଳିମାଡ
୨୧ ମେ ୨୦୨୨—ଲୁଇସିଆନ ଷ୍ଟେଟର ନ୍ୟୁ-ଅରଲିଏନ୍ସ ସ୍କୁଲରେ ଗୁଳିମାଡ
୨୪ ମେ ୨୦୨୨—ଓବାଲଡେ ସହରରେ ଗୁଳିମାଡ
୩୦ ମେ ୨୦୨୨—ଟେକ୍ସାସରେ ସ୍କୁଲରେ ଗୁଳିମାଡ

ଅର୍ନ୍ତଜାତୀୟ ଗଣମାଧ୍ୟ ସଂସ୍ଥା ବିବିସିର ରିପୋର୍ଟ ଅନୁସାରେ ଆମେରିକାରେ ଗତ ୫୦ବର୍ଷ ଭିତରେ ହୋଇଥିବା ଗୁଳିମାଡରେ ୧୫ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୯୬୮ର ୨୦୧୭ ମସିହା ଭିତରେ କେବଳ ଗୁଳିକାଣ୍ଡରେ ୧୫ଲକ୍ଷ ଲୋକଙ୍କ ଜୀବନ ଯାଇଛି ।

ବାରମ୍ବାର ହେଉଥିବା ଏହି ଗୁଳିକାଣ୍ଡ ପଛରେ ଆମେରିକାରେ ଗନ କଲଚରୁ ନେଇ ବଡ ପ୍ରଶ୍ନ ଉଠୁଛି । ଆମେରିକାରେ ଗନ କଲଚର ଏକ ସାଧାଣର କଥା । ନିଜ ପାଖରେ ହତିଆର ରଖିବା ଏଠାକାର ନାଗରିକ ପାଇଁ ସାମ୍ବାଧାନିକ ଅଧିକାର ଅଟେ । ବନ୍ଧୁକ ଓ ଫାୟରିଂ ଯୋଗୁଁ ଆମେରିକାରେ ହିଂସା ଘଟଣା ବଢୁଛି । ୨୦୨୦ରେ ଆମେରିକାରେ ହୋଇଥିବା ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରେ ୧୩.୦୬ ପ୍ରତିଶତଙ୍କ ମୃତ୍ୟୁ ଗୁଳିକାଣ୍ଡରେ ହୋଇଛି ।

ଗୁଳିକାଣ୍ଡ ଘଟଣାକୁ ଦେଖିଲେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଆମେରିକା ପରି ଶକ୍ତିଶାଳୀ ତଥା ହାଇ ସିକ୍ୟୁରିଟି ଲାଗୁ କରୁଥିବା ଦେଶରେ ଏଭଳି ଘଟଣା ବାରମ୍ବାର କଣ ପାଇଁ ଘଟୁଛି ? ଏଭଳି ସ୍ଥିତିକୁ ରୋକିବା ପାଇଁ ଏଠାରେ ଗନ କଲଚର ବନ୍ଦ କରିବା ଜରୁରୀ କି? ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ କି? ଆମେରିକା ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଗୁଳିକାଣ୍ଡ ରୋକିବାକୁ ଅସର୍ମଥ କି?