ଏଲଏସି ଓ ଏଲଓସିକୁ ନେଇ ଭାରତ-ପାକ୍ ଡିଜିଏମଓ ବୈଠକ । ଆଜି ମଧ୍ୟରାତ୍ରରୁ ଗୁଳି ବିନିମୟ ବନ୍ଦ ନେଇ ନିଷ୍ପତ୍ତି । ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ସହମତ

131

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେଶନ ଡାଇରେକ୍ଟର ଜେନରାଲ (ଡଜିଏମଓ) ହଟଲାଇନ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ପକ୍ଷ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି ପ୍ରକାଶ କରିଛନ୍ତି । ନିୟନ୍ତ୍ରଣ ରେଖାରେ ବର୍ତ୍ତମାନର ପରିସ୍ଥିତି ଉପରେ ବି ଆଲୋଚନା ହୋଇଥିବା କୁହାଯାଇଛି । ଉଭୟ ପକ୍ଷର ସେନା ସବୁ ଚୁକ୍ତି ଓ ଯୁଦ୍ଧବିରତି ଚୁକ୍ତିକୁ କଡା କଡି ଭାବେ ପାଳନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଆଜି ମଧ୍ୟ ରାତ୍ରରୁ ଏହି ଚୁକ୍ତି ପାଳନ କରାଯିବ ।

ଭାରତ ଓ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଅନ୍ୟ ସବୁ କ୍ଷେତ୍ରରେ ସ୍ୱତନ୍ତ୍ର, ସ୍ପଷ୍ଟ ଓ ସୌହାଦ୍ଧପୂର୍ଣ୍ଣ ବାତାବରଣ ଉପରେ ସମୀକ୍ଷା କରିଛନ୍ତି । ଉଭୟ ପକ୍ଷର ଡିଜିଏମଓ ସୀମା ସହ ପାରସ୍ପାରିକ ସଂପର୍କରେ ଶାନ୍ତି ବଜାୟ ରଖିବାକୁ ସହମତ ହୋଇଛନ୍ତି । ଉଭୟ ପକ୍ଷ ନିୟନ୍ତ୍ରଣ ରେଖାକୁ ନେଇ କରାଯାଇଥିବା ସବୁ ଚୁକ୍ତି , ଯୁଦ୍ଧ ବିରତି ଆଦିକୁ କଡାକଡି ପାଳନ କରିବାକୁ ସହମତି ପ୍ରକାଶ କରିଛନ୍ତି । ଏହାସହ ଉଭୟ ପକ୍ଷର ଡିଜିଏମଓଙ୍କ ମଧ୍ୟରେ ଏହା ବି ଚୁକ୍ତି ହୋଇଛି କି କୌଣସି ଅପ୍ରତ୍ୟାଶିତ ସ୍ଥିତି ଓ ଭୂଲ ବୁଝାମଣାକୁ ଦୂର କରିବା ପାଇଁ ହଟଲାଇନ ମାଧ୍ୟମରେ ଆଲୋଚନା କରାଯାଇ ପାରିବ ।

ଏହି ଆଲୋଚନା ପରେ ବି ସୀମାରେ ଭାରତୀୟ ସେନା ସଜାଗ ରହିବ । କାରଣ ସୀମାରେ ଅବୈଦ୍ଧ ପ୍ରବେଶ ଓ ଧୋକାବାଜୀ ପାକିସ୍ତାନର ପୁରୁଣା ଗୁଣ । ଏବେ ପ୍ରଶ୍ନ ଉଠୁଛି କି ପାକିସ୍ତାନ ସେନା ଏହି ଚୁକ୍ତିକୁ ପାଳନ କରିବ ନା ପୁଣି ଚୁକ୍ତି ଉଲଘଂନ କରିବ ।

ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏନେଇ ଗଣମାଧ୍ୟମର ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଇମ୍ରାନ ଖାନ୍ କହିଥିଲେ କି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ମୁଖ୍ୟ ମୁଦ୍ଦା ହେଉଛି କାଶ୍ମୀର । ଯାହାକୁ ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିପାରିବେ । ସେ ଆହୁରି କହିଥିଲେ କି ମୁଁ ଏନେଇ ଆଗକୁ ଦୁଇପାଦ ଚାଲିବାକୁ ପ୍ରସ୍ତୁତ ଅଛି ଓ ଭାରତ ଏହି ଦିଗରେ ଆଗକୁ ବଢିଲେ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇ ପାରିବ ।