କନକ ବ୍ୟୁରୋ: ଆନ୍ଦୋଳନ ପାଇଁ ଲୋକଙ୍କ ସ୍ୱାର୍ଥଙ୍କୁ ଅଣଦେଖା । ଫଳରେ ଜଳିଗଲା ଘର । ଆନ୍ଦୋଳନ ପାଇଁ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଆଉ ଏହାର ଫଳ ଭୋଗିବାକୁ ପଡିଛି ଲୋକଙ୍କୁ । ହୁତ ହୁତ ହୋଇ ଘର ପୋଡିଯାଉଥିଲା । ବିକଳରେ ଲୋକେ ଦମକଳକୁ ଫୋନ କରିଚାଲିଥିଲେ । ହେଲେ ଧର୍ମଘଟ ଯୋଗୁଁ ଦମକଳ ଆସୁନଥିଲା । ଏପଟେ ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ଗ୍ରାସ୍ କରିଚାଲିଥିଲା । ଗତକାଲି ଏଭଳି ଘଟଣା ଘଟିଥିଲା ନୟଗାଡ ଦଶପଲ୍ଲା ସହରଠାରୁ ମାତ୍ର ୨ କିଲୋମିଟର ଦୂର ଶ୍ରୀରାମପୁର ଗାଁରେ । ୮ ବଖରା ଘର ପୋଡିସାରିବା ପରେ ଶେଷରେ ନିଜ ଉଦ୍ୟମରେ ନିଆଁକୁ ଆୟତ କଲେ ଗାଁ ଲୋକେ ।
ରାତି ୧୨ ଟାରେ ଗାଁର ଦୁଲୁ ସାହୁଙ୍କ ଘରୁ ଏହି ନିଆଁ ବାହାରି ୬ ପରିବାରର ୮ ବଖରା ଘର ଭଷ୍ମ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଛି । ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜନେତା ସାମ୍ବାଦିକ ସମସ୍ତେ ଫୋନ କରିଥିବା ସତ୍ୱେ ଦମକଳ ନ ଆସିବାରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଧର୍ମଘଟ ଆଳରେ ବିପଦ ସମୟରେ କର୍ମଚାରୀମାନେ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିଥିବାରୁ ଆସନ୍ତା ୨୬ ତାରିଖରେ ଆନ୍ଦୋଳନ କରିବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି ।
କୂଅରେ ପଡ଼ି ୨ବର୍ଷର ଶିଶୁ ମୃତ : ଆନ୍ଦୋଳନ ଯୋଗୁଁ ଆସିଲେନି ଅଗ୍ନିଶମ ବାହିନୀ
ମୋରଡ଼ା ବ୍ଲକ୍ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଡାକୋଇ ଗାଁର ଜୟନ୍ତ ମହାକୁଡ଼ୁଙ୍କ ପୁଅ ପ୍ରତ୍ୟୁଷ(୨) ଆଜି ଦ୍ୱିପ୍ରହରେ ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ଏକ କୂଅରେ ପଡ଼ିଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ପୁଅ କୂଅରେ ପଡ଼ିଯାଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଚିତ୍ରଡ଼ା, ବେତନଟୀ ଓ ବାରିପଦା ଅଗ୍ନିଶମ କେନ୍ଦ୍ରକୁ ସହାୟତା ମାଗିଥିଲେ। ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ କୌଣସି ବି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଉପାୟ ନପାଇ ଗ୍ରାମବାସୀମାନେ ପମ୍ପ୍ ସାହଯ୍ୟରେ କୂଅକୁ ଶୁଖାଇ ଶିଶୁଟିକୁ ଉଦ୍ଧାର କରିବା ସହ ନିକଟସ୍ଥ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ସେତେ ବେଳକୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଏକ ନୀରହ ଶିଶୁର ଜୀବନ ଯିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Andolan.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-25-at-9.09.12-AM-300x293.png)
/kanak/media/post_attachments/wp-content/uploads/2018/09/Aghatana-300x169.jpg)