କନକ ବ୍ୟୁରୋ: ମଦ ପାଇଁ ଚାଲିଲା ଗୁଳି। ଅଭିଯୋଗ କରିବାରୁ ଦୁଇ ପୋଲିସକର୍ମୀଙ୍କ ଉପରେ ୧୫ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଜୋରାମରେ କେଲାସିବ ଜିଲ୍ଲାରୁ ଏଭଳି ଖବର ସାମ୍ନାକୁ ଆସିଛି । ମିଜୋରାମ ସଶସ୍ତ୍ର ପୁଲିସ ବଳର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ମିଜୋରାମ-ଆସାମ ସୀମା ନିକଟ ବିଆରଚେପ ଗାଁରେ ସଶସ୍ତ୍ର ପୋଲିସ ବଳର ଯବାନ ନିୟୋଜିତ ରହିଛନ୍ତି । ଏଠାରେ ତିନି ଜଣ ପୋଲିସ କର୍ମୀ କାର୍ଯ୍ୟକରୁଥିଲେ । ତେବେ ରବିବାର ସନ୍ଧ୍ୟା ସମୟରେ ଏ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣଙ୍କ ବିରୋଧରେ ଅଭିଯୋଗ ପରେ ଅନ୍ୟ ଜଣେ ତାଙ୍କୁ ଉପରକୁ ଗୁଳି ଚଳାଇଦେଇଛନ୍ତି । ଅଭିଯୁକ୍ତ ହାବିଲଦାର ବିମଳ କ୍ରାନ୍ତି ଚକମା ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଦୁଇ ପୋଲିସ କର୍ମୀଙ୍କ ଉପରେ ଗୁଳି ଚଳାଇଦେଇଛନ୍ତି । ନିଜର ସର୍ଭିସ ରାଇଫଲରୁ ସେ ୧୫ ରାଫଣ୍ଡ ଗୁଳି ଚଳାଇଛନ୍ତି । ମୃତକ ହେଉଛନ୍ତି ହାବିଲଦାର ଜେ ଲଲରୋଲୁଆ, ହାବିଲଦାର ଇନ୍ଦ୍ରା କୁମାର ରାୟ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us