କନକ ବୁରୋ: ଦିନକୁ ଦିନ ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ଦୀପାବଳି ପରେ ବଢିବାକୁ ଥିବା ପ୍ରଦୂଷଣର ସ୍ଥିତି ଆହୁରି ଚିନ୍ତାର କାରଣ ସାଜିବ । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତଦିନରେ ବଢୁଥିବା ପ୍ରଦୂଷଣରସ୍ତରର ଅନେକ କାରଣ ରହିଛି । ଏହାର ସବୁଠାରୁ ବଡ କାରଣ ହେଉଛି ବାଣ । ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ହେବା ପରେ ମଧ୍ୟ ଲୋକେ ବାଣ ଫୁଟାଇବାକୁ ପଛାଉନାହାନ୍ତି । ସଂସଦୀୟ କମିଟିର ରିପୋର୍ଟରେ ଜଣାପଡିଛି ଯେ ଶସ୍ତା ବାଣରୁ ବିଷାକ୍ତ ଗ୍ୟାସ ବାହାରିଥାଏ । ଏହି କାରଣରୁ ପ୍ରଦୂଷଣରସ୍ତର ବଢିବାରେ ଲାଗିଥାଏ ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ, ଦୀପାବଳିର ପୂର୍ବରୁ ଏବଂ ଏହାର ପରେ ପ୍ରଦୂଷଣରସ୍ତର ଭିତରେ ଅନେକ ଅନ୍ତର ଦେଖିବାକୁ ମିଳିଥାଏ । ଗତ ବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ଏକ୍ୟୁଆଇ ସ୍ତର ୪୬୨ରେ ପହଞ୍ଚି ଯାଇଥିଲା । ଗୋଟିଏ ଦିନ ପୂର୍ବରୁ ଏହା ୩୮୨ ଥିବା ବେଳେ ବାଣ ଫୁଟାଇବା କାରଣରୁ ଏହା ବଢିଯାଇଥିଲା ।
ସାପ ବାଣ: ଗୋଟିଏ ସାପ ବାଣ ଜଳାଇବା ଦ୍ୱାରା ଏଥିରୁ ୬୪,୫୦୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ଯାହା ୨୯୩୨ଟି ସିଗାରେଟ ଧୂଆଁ ସହ ସମାନ । ଅର୍ଥାତ ସିଗାରେଟରୁ ବାହାରୁ ଥିବା ପିଏମ୨.୫ ପ୍ରଦୂଷଣକାରୀ ତତ୍ତ୍ୱ ଗୋଟିଏ ସାପ ବାଣରୁ ବାହାରି ଥାଏ । ସିଗାରେଟ ଲଗାଇବା ପରେ ପିଏମ୨.୫ର ୨୨ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ସେହିଭଳି ସାପ ବାଣ ଜଳାଇବା ଦ୍ୱାରା ୬୪,୫୦୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ ।
ଫୁଲ ଝରୀ: ଗୋଟିଏ ଫୁଲଝରୀ ଜଳାଇବା ଦ୍ୱାରା ୧୦, ୩୯୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ଏହା ୪୭୨ ସିଗାରେଟର ଧୂଆଁ ସହ ସମକକ୍ଷ । ଅର୍ଥାତ ସିଗାରେଟରୁ ବାହାରୁଥିବା ପିଏମ ୨.୫ ପ୍ରଦୂଷଣକାରୀ ତତ୍ତ୍ୱ ଗୋଟିଏ ଫୁଲ ଝରୀ ଜଳାଇବା ଦ୍ୱାରା ବାହାରିଥାଏ । ଗୋଟିଏ ସିଗାରେଟ ଜଳାଇଲେ ପିଏମ୨.୫ର ୨୨ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୁଆଁ ବାହାରିଥାଏ । ସେହିଭଳି ଗୋଟିଏ ଫୁଲଝରୀରୁ ୧୦, ୩୯୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୁଆଁ ବାହାରିଥାଏ ।
Follow Us