ମହାଭାରତ ନାଟକ ପରିବେଷଣ ବେଳେ ଅଘଟଣ । ଆସିକାରେ ଆତସବାଜୀ ବେଳେ ୮ ଗୁରୁତର । ଚିକିତ୍ସା ପାଇଁ ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି ।

289

କନକ ବ୍ୟୁରୋ: ମହାଭାରତ ନାଟକ ପରିବେଷଣ ବେଳେ ବଡ଼ ଅଘଟଣ । ଆସିକାରେ ଆତସବାଜୀ ବେଳେ ୮ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ସୂଚନା ମିଳିଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆସିକା କଇଥଳା ଗାଁରେ ମହାଭାରତ ନାଟକ ପରିବେଷଣ ଚାଲିଥିବାବେଳେ ଆତସବାଜୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହେଲେ ଆତସବାଜୀ ଅଗ୍ନି ସଂଯୋଗ ପରେ ହଠାତ୍ ଅଘଟଣ ଘଟିଲା । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଅନେକ ଲୋକମାନେ ଦୌଡ଼ି ପଳାଇଥିଲା । ହେଲେ ଏହାରି ଭିତରେ ୮ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ରୁ ୪ ଜଣ ନାବାଳକ ଥିବା ଜଣାପଡ଼ିଛି । ସେମାନଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।