ଅକ୍ଟୋବର ଗାଇଡଲାଇନରେ ବାଣ ଉପରେ ରୋକ୍ । ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା ।

190

କନକ ବ୍ୟୁରୋ: ପାର୍ବଣ ସମୟରେ ରାଜ୍ୟରେ ଫୁଟି ପାରିବନି ବାଣ । ଜନସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଅକ୍ଟୋବର ଗାଇଡଲାଇନରେ ଏଭଳି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପୂଜା ସମୟରେ ବାଣର ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି ରଖିଛନ୍ତି ।  ଖାଲି ସେତିକି ନୁହେଁ, ପାର୍ବଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ନଚେତ୍ ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇପାରେ । ଅନ୍ୟପଟେ ଦୂର୍ଗାପୂଜା ସମୟରେ ୧୦ ଦିନ ପାଇଁ ଟୁଇନସିଟିରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ୧୦ ଦିନ ରାତି ଦଶଟା ବଦଳରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଅକ୍ଟୋବର ଗାଇଡଲାଇନରେ ସେପ୍ଟେମ୍ବର ମାସ ଭଳି ପୂର୍ବ ସମସ୍ତ କଟକଣା ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ତେବେ ଦୂର୍ଗାପୂଜା ପାଇଁ ସରକାର ଅକ୍ଟୋବର ଗାଇଡଲାଇନରେ କିଛି ପରିବର୍ତ୍ତନ କରିଛନ୍ତି । ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ୧୦ ଦିନ ଦୂର୍ଗାପୂଜା ଥିବାରୁ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଦୂର୍ଗାପୂଜାକୁ ଆଖି ଆଗରେ ରଖି ସରକାର ଏହି ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ବୋଲି ଏସଆରସି କହିଛନ୍ତି ।