କନକ ବ୍ୟୁରୋ: ପାର୍ବଣ ସମୟରେ ରାଜ୍ୟରେ ଫୁଟି ପାରିବନି ବାଣ । ଜନସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଅକ୍ଟୋବର ଗାଇଡଲାଇନରେ ଏଭଳି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପୂଜା ସମୟରେ ବାଣର ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି ରଖିଛନ୍ତି । ଖାଲି ସେତିକି ନୁହେଁ, ପାର୍ବଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ନଚେତ୍ ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇପାରେ । ଅନ୍ୟପଟେ ଦୂର୍ଗାପୂଜା ସମୟରେ ୧୦ ଦିନ ପାଇଁ ଟୁଇନସିଟିରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ୧୦ ଦିନ ରାତି ଦଶଟା ବଦଳରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଅକ୍ଟୋବର ଗାଇଡଲାଇନରେ ସେପ୍ଟେମ୍ବର ମାସ ଭଳି ପୂର୍ବ ସମସ୍ତ କଟକଣା ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଅକ୍ଟୋବର ଗାଇଡଲାଇନରେ ବାଣ ଉପରେ ରୋକ୍
ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା
ପାର୍ବଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି#Odisha#KanakNewspic.twitter.com/CzMZB6q95L— Kanak News (@kanak_news) September 30, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/TPQ-23-Clean-696x392-1.jpg)